Ads

ବୌଦ୍ଧ: ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ 57 ର ବାଉଁଶୁଣୀ ଥାନା ଦନ୍ତାପାଲି ଛକ ନିକଟରେ ଶନିବାର ସକାଳ 7 ଘଣ୍ଟା ସମୟରେ ଏକ ଦୁର୍ଘଟଣା ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ନାଗପୁର ରୁ କଲିକତା ଡାକ ନେଇ ଯାଉଥିବା HR 76D 0073 ନଂ ର  ଏକ ମିନି ଟ୍ରକ ଓ ବାଉଁଶୁଣୀ ରୁ ବୌଦ୍ଧ ଅଭିମୁଖେ ଚିପ୍ସ ବୋଝେଇ ହୋଇ  ଯାଉଥିବା OD 17 E 2636 ନଂ ର  ଏକ ଡମ୍ପର ମଧ୍ୟରେ ଧକ୍କା ହୋଇଥିଲା । ପ୍ରତ୍ୟକ୍ଷ ଦର୍ଶିକ କହିବା ଅନୁଯାୟୀ ଡମ୍ପର ଟି ଠିଆ ହେବାକୁ ଗାଡ଼ିକୁ ବ୍ରେକ ମାରିଥିଲେ ହଠାତ୍ ସେହି ସମୟରେ ପଛ ପଟରୁ ଏହି ଡାକ ବୋଝେଇ ଟ୍ରକ ଟି ଦୃତ ଗତିରେ ଆସି ଡମ୍ପର ର ଡାଲା କୁ ଧକ୍କା ଦେଇଥିଲା । ଫଳରେ ମିନି ଟ୍ରକ ର ଆଗ ପାର୍ଶ୍ଵ  ଚୁରମାର ହୋଇଯାଇଛି । ମିନି ଟ୍ରକ ର ଡ଼୍ରାଇଭର ମଣ୍ଟୁ ଯାଦବ ଓ ହେଲପର ଅନିମେସ ମଣ୍ଡଲ ବୋଲି ଜଣାପଡିଛି । ଉଭୟେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି  ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।  ଉଭୟ ଡ଼୍ରାଇଭର ଓ ହେଲପର ବଡ଼ ଦୁର୍ଘଟଣା ବର୍ତ୍ତି ଯାଇଛନ୍ତି ।ଘଟଣାସ୍ଥଳରେ ବାଉଁଶୁଣି ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧୀକାରୀ ଅରୁଣ କୁମାର ସିଂ କହିଛନ୍ତି ।
Previous Post Next Post

ADS