ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥ କଣ୍ଠା ଛକ ନିକଟରୁ ୪୦ କେଜି ଗଞ୍ଜେଇ ଏକ ବାଇକ୍ ସହ ଜଣକୁ ଗିରଫ କରିଛି ବାଉଁଶୁଣୀ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଶଗଡା ଗ୍ରାମପଞ୍ଚାୟତ ଭରୁଆ ଗ୍ରାମର ବିକେସନ ଭୋଇନା ବୋଲି ଜଣାପଡିଛି । ଶଗଡା ଅଞ୍ଚଳରୁ ଏକ ବାଇକ୍ ଯୋଗେ ଗଞ୍ଜେଇ ଚାଳାଣ ହେଉଥିବା ବାଉଁଶୁଣୀ ପୋଲିସ କୌଣସି ସୂତ୍ର ରୁ ଖବର ପାଇଥିଲା । ଏହା ପରେ ଯୋଜନା ମୁତାବକ ପୋଲିସ ଯାଇ କଣ୍ଠା ଛକ ନିକଟରେ ଛକି ବସିଥିଲା । ସେହି ସମୟରେ ଜଣେ ବାଇକ୍ ଯୋଗେ ଦୁଇଟି ବସ୍ତା ଲୋଡ କରି ଆସିଥିଲା । ପୋଲିସ ତାକୁ ଅଟକାଇ ଯାଞ୍ଚ କଲା ପରେ ସେଠାରୁ ଗଞ୍ଜେଇ ବାହାରିଥିଲା । ପୋଲିସ ଏକ ମାମଲା ରୁଜୁକରି ଆଜି ମାଜିଷ୍ଟ୍ରେଟ ଉପସ୍ଥିତିରେ ଗଞ୍ଜେଇ ଓଜନ କଲାପରେ ୪୦ କେଜି ହୋଇଥିଲା । ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବାଉଁଶୁଣି ଥାନା ଅଧିକାରୀ ଅରୁଣ କୁମାର ସିଂ ସୂଚନା ଦେଇଛନ୍ତି ।