Ads

ବଲାଙ୍ଗିର(ଦୁର୍ଯ୍ୟୋଧନ ବର୍ଗେ): ଟିଲାଗଡ଼ ବ୍ଲକ ଅଧିନସ୍ଥ ସିଲୁଆଁ ଗାଁ ଠାରେ 132 ତମ ଆମ୍ବେଦକର ଜୟନ୍ତୀ  ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ମହୋତ୍ସବ ଅବସରରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ଗାଁ ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଆଦିବାସୀ ମାନେ ପାରମ୍ପରିକ ଡକା ବାଦ୍ୟ, ନୃତ୍ୟ ଗୀତ ସହିତ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରେ ସାଂସଦ ଶ୍ରୀ ବିଶି ଙ୍କୁ ଗାଁ ପରିକ୍ରମା କରାଇ ସଭାସ୍ଥଳ କୁ ଆଣିଥିଲେ l  ଜୟନ୍ତୀ ମହୋତ୍ସବ ସଭା ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସାଂସଦ ଶ୍ରୀ ବିଶି କହିଲେ ଯେ ଆଦିବାସୀ ମାନଙ୍କୁ ଦେଶର ମୁଖ୍ୟସ୍ରୋତ ରେ ସାମିଲ କରିବାକୁ ହେଲେ ସେମାନଙ୍କୁ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ବୃତ୍ତିଗତ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ର ଆବଶ୍ୟକତା ରହିଛି l ଆଦିବାସୀ ମାନଙ୍କୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପୋଷ୍ଟ ଗ୍ରାଜୁଏଟ ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା ପ୍ରଦାନ କରିବା ଉଚିତ l ଓଡିଶା ସରକାର ଯେମିତି ପ୍ରତି ବ୍ଲକ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି,କେନ୍ଦ୍ର ସରକାର ମଧ୍ୟ  ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ର ବିକାଶ ପାଇଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ଉଚିତ ବୋଲି ଶ୍ରୀ ବିଶି ପ୍ରକାଶ କରିଛନ୍ତି l  ଆଦିବାସୀ ଭାଷା ହୋ, ମୁଣ୍ଡାରୀ, ଭୂମିଜ, କୁଇ କୁ ସମ୍ବିଧାନ ର ଅଷ୍ଟମ ଅନୁସୂଚୀ ରେ ସାମିଲ କରିବା, ଆଦିବାସୀ ଙ୍କ ଜମି ଜଳ ଜଙ୍ଗଲ ଜୀବଜନ୍ତୁ,ସଂସ୍କୃତି, ଆଦିବାସୀ ଙ୍କ ଦେବା ଦେବୀ ପୀଠ ଗୁଡିକ ର ସୁରକ୍ଷା କରିବା ଆବଶ୍ୟକ ସହିତ  ଆଦିବାସୀ ଅଞ୍ଚଳ ରେ ଇଣ୍ଟରନେଟ ବ୍ୟବସ୍ଥା, ଆବାସ, କେନ୍ଦୁପତ୍ର ରୁ ଯିଏସଟି ପ୍ରତ୍ୟାହାର ବିଷୟରେ ସାଂସଦ ଶ୍ରୀ ବିଶି  ଆଲୋକପାତ କରିଥିଲେ l ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀ ରେ ତେଇଶ ପ୍ରତିଶତ ଆଦିବାସୀ ଅଛନ୍ତି l ସେହି ଆଦିବାସୀ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ସାମାଜିକ,ସାଂସ୍କୃତିକ, ଅର୍ଥନୈତିକ ବିକାଶ ପାଇଁ ବଲାଙ୍ଗିର ଲୋକସଭା ସାଂସଦ ତାଙ୍କ ଏମପି ଲାଡ ପାଣ୍ଠି ରୁ କୋଡିଏ ବର୍ଷ ମଧ୍ୟରେ କେତେ ଅନୁଦାନ ଦେଇଛନ୍ତି ବୋଲି ଶ୍ରୀ ବିଶି ପ୍ରଶ୍ନ କରିଥିଲେ l  ଶିକ୍ଷିତ ହୁଅ, ସଂଗଠିତ ହୁଅ,ସଂଘର୍ଷ କର,ବାବା ସାହେବ ଆମ୍ବେଦକର ଙ୍କ ଉକ୍ତ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସମସ୍ତ ଆଦିବାସୀ  ସମାଜ ର କଲ୍ୟାଣ ପାଇଁ ଆଗେଇ ଆସିବା ଦରକାର ବୋଲି ଆଦିବାସୀ ନେତାମାନେ ଉଦବୋଧନ ଦେଇଥିଲେ l
Previous Post Next Post

ADS