Ads

ନୂଆପଡ଼ା (ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ପବିତ୍ର ପଣାସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ହନୁମାନ ଜୟନ୍ତୀ ପାଳନ ସମିତି ଏବଂ ବଜରଙ୍ଗ ଦଳର ଆହ୍ୱାନରେ ଏକ ବିଶାଳ ଶୋଭାଯାତ୍ରା ଶୁକ୍ରବାର ସଂଧ୍ଯାରେ ସିନାପାଲି ସହର ପରିକ୍ରମା କରିଥିଲା । ଶୋଭାଯାତ୍ରାଟି ହନୁମାନ ମନ୍ଦିର ଠାରୁ ବାହାରି ଗାନ୍ଧି ନଗର, ନାକାଛକ, ଜଗନ୍ନାଥ ଛକ, ରାବଣ ଛକ, ଗାୟତ୍ରୀ ଛକ, ଶ୍ରୀରାମ ଛକ, ଗୁଡ଼ିଆ ଛକ, ବସଷ୍ଟାଣ୍ତ ଦେଇ ଜଗନ୍ନାଥ ମନ୍ଦିର ଠାରେ ପହଂଚିଥିଲା । ଏହା ପରେ ସମସ୍ତ ଶ୍ରଦ୍ଧାଳୁ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ । ଶୋଭାଯାତ୍ରାରେ ସିନାପାଲି ସହରର ପ୍ରାୟ ସମସ୍ତ ଯୁବକ ସଂଘ, ମନ୍ଦିର କମିଟି ଓ ଅନ୍ଯାନ୍ଯ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଏହି ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ହଜାରହଜାର ସଂଖ୍ଯାରେ ଉଭୟ ମହିଳା ଓ ପୁରୁଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଝାଡ଼ଖଣ୍ତ ଜାମସେଦପୁରରୁ ଆସିଥିବା ବିରାଟ ହନୁମାନ ବେଶଧାରୀ ଶୋଭାଯାତ୍ରାର ମୁଖ୍ଯ ଆକର୍ଷଣ ସାଜିଥିବା ବେଳେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଏବଂ  ଅନ୍ଯାନ୍ଯ ଶିଶୁ କଳାକାରଙ୍କ ପାରମ୍ପରିକ ରାମ,ଲକ୍ଷ୍ମଣ, ସୀତା, ହନୁମାନ ବେଶ ସ୍ୱତଂତ୍ର ଥିଲା । ଶୋଭାଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଜୟଶ୍ରୀରାମ ଓ  ଜୟ ହନୁମାନ ଧ୍ୱନୀରେ ସମଗ୍ର ପରିବେଶ ପ୍ରକଂପିତ ହୋଇଥିଲା । ଏହା ପୂର୍ବରୁ ସକାଳେ ସ୍ଥାନୀୟ ହନୁମାନ ମନ୍ଦିରରେ ସାମୁହିକ ପୂଜା ଓ ହନୁମାନ ଚାଳିଶା ପାଠ ପରେ ସମିତି ତରଫରୁ ସହରର ବିଭିନ୍ନ ଛକରେ ପଣା ବଣ୍ଟନ କରାଯାଇଥିଲା । କାର୍ଯ୍ଯକ୍ରମରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ମଂତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ, ବୈଶମ୍ପାୟନ ମେହେର, ନୀଳମଣି ମେହେର, ଲିଙ୍ଗରାଜ ଘିଭେଲା, ଡମ୍ବରୁଧର ମେହେର, ସୁବ୍ରତ ଠାକୁର, ତୁଳସୀରାମ ମେହେର, ମନିଷ ପଟେଲ, ସୁନିତା ମେହେର, ତ୍ରୀନାଥ ମେହେର, ସତ୍ଯବ୍ରତ ଗହୀର, ମୋହନ ଦାସ ପ୍ରମୁଖଙ୍କ ସହ ଅଂଚଳର ଶତାଧିକ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଇଥିଲେ । ଶୋଭାଯାତ୍ରା ଆୟୋଜନରେ ସମିତିର ସଭାପତି ସୂରଜ ମେହେର, ଉପସଭାପତି ରଶ୍ନିରଂଜନ ସା, ସଂପାଦକ ଆଲୋକ ମେହେର, ସହସଂପାଦକ ଜିତେଂଦ୍ର ମେହେର,କୋଷାଧ୍ଯକ୍ଷ ପ୍ରଭାତ ମେହେର ପ୍ରମୁଖଙ୍କ ସହ  ସିନାପାଲି ଅଂଚଳର ସମସ୍ତ ଯୁବକ ସଂଘ ସହଯୋଗ କରିଥିଲେ ।
Previous Post Next Post

ADS