ନୂଆପଡ଼ା/ଖଡ଼ିଆଳ(ଜଗନ୍ନାଥ ସାଗର):ଉତ୍କଳ ସମ୍ମିଳନୀ ନୂଆପଡ଼ା ଜିଲ୍ଲା ଶାଖା ତରଫରୁ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ଯାଳୟ ଠାରେ ୮୮ତମ ଉତ୍କଳ ଦିବସ ସମାରୋହ ଶନିବାର ଅନୁଷ୍ଠିତ ହୋଇଛି । ନୂଆପଡ଼ା ଜିଲ୍ଲା ଶାଖା ସଭାପତି ଡଃ.ସୁଶାନ୍ତ କୁମାର ବିଶିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମର ଉଦଘାଟନୀ ପର୍ବରେ ବିଶିଷ୍ଟ ଅତିଥି ଭାବରେ ଏନ୍ଏସି ଅଧ୍ଯକ୍ଷ ଉଜ୍ଜଳ ଗୁପ୍ତା, ବ୍ଲକ ଅଧ୍ଯକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଗବେଷକ ଫଣିନ୍ଦମ ସିଂହ ଦେଓ, ଖଡ଼ିଆଳ କଲେଜ ଅଧ୍ଯକ୍ଷ ଡଃ.ତରୁଣ କୁମାର ପ୍ରଧାନ, ଅଧ୍ଯାପିକା ସାଗରିକା ପଣ୍ତା, ସମ୍ମିଳନୀର ଉପସଭାପତି ମାୟାଧର ସରାଫ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ ଓ ମୁଖ୍ଯବକ୍ତା ଭାବରେ ପ୍ରାଧ୍ଯାପକ ସାମୁଏଲ ଦାନୀ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଦିଲ୍ଲୀପ କୁମାର ନାଏକ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ମହାବିଦ୍ଯାଳୟର ଛାତ୍ରୀଗଣ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଜିଲ୍ଲା ସଂପାଦକ ରୁଦ୍ରମାଧବ ବାରିକ ବିବରଣୀ ପାଠ କରିଥିବା ବେଳେ ଉପେଂଦ୍ର କୁମାର ପାଣିଗ୍ରାହୀ ଧନ୍ଯବାଦ ଦେଇଥିଲେ । ସେହିଭଳି କାର୍ଯ୍ଯକ୍ରମର ପ୍ରଥମ ଅଧିବେଶନରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପ୍ରାଧ୍ଯାପକ ଲୋହିତାକ୍ଷ ଯୋଷୀ ଅଧ୍ଯକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସାହିତ୍ଯିକ ନୀଳଲୋହିତ ସିଂହ ଦେବ ଓ କବି ପ୍ରବୋଧ କୁମାର ହୋତା ଯୋଗଦେଇଥିଲେ । ସଭାର ଆଲୋଚକ ଭାବରେ ଆଇନଜୀବୀ ବିଭୁଦତ୍ତ ଚଲାନ, ଯୁବ ସାହିତ୍ଯିକ ଗୌରାଙ୍ଗ କୁମାର ସାହୁ, ଯୁବ ଲେଖକ ବୈଷ୍ଣବ ମେହେର ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ଯ, ସଂସ୍କୃତିରେ ନୂଆପଡ଼ା ଜିଲ୍ଲାର ଅବଦାନ ଅତିବ ସ୍ମରଣୀୟ ବୋଲି ଅବିହିତ କରିବାସହ ଏଠିକାର ସମନ୍ୱିତ ସଂସ୍କୃତି ମହାଭାରତୀୟ ଭାବନାରେ ପ୍ରାଣବନ୍ତ ବୋଲି ମତ ପୋଷଣ କରିଥିଲେ । ଏହି ଅଧିବେଶନରେ ମିୟୋଗ ରଞ୍ଜନ ପାତ୍ର ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା ଧନ୍ଯବାଦ ଦେଇଥିଲେ । ସମାବେଶର ଅନ୍ତିମ ଅଧିବେଶନରେ ଜିଲ୍ଲା ଶାଖାର ଉପସଭାପତି ମାୟାଧର ସରାଫ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅଧ୍ଯାପିକା ସାଗରିକା ପଣ୍ତା ଯୋଗଦେଇଥିଲେ । ଏହି ଅବସରରେ ଅଧ୍ଯାପକ ଧୃବଚରଣ ପଧାନ ଏବଂ ଶିକ୍ଷୟିତ୍ରୀ ମନୋରମା ରଥଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ପ୍ରାୟ ଚାଲିଶ ଜଣ କବି କବୟତ୍ରୀ ସ୍ବରଚିତ କବିତା ପାଠ କରିଥିଲେ । ଲଳିତ କୁମାର ସୁନାରୀ ଏହି ଅଧିବେଶନକୁ ସ୍ବାଗତ କରିଥିବା ବେଳେ ଶେଷରେ ସଂପାଦକ ରୁଦ୍ରମାଧବ ବାରିକ ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ । ଏ ଅବସରରେ ବରିଷ୍ଠ ସଙ୍ଗୀତଜ୍ଞ ନନ୍ଦଲାଲ ବାରିକ 'ବନ୍ଦେ ଉତ୍କଳ ଜନନୀ" ଗୀତ ପରିବେଷଣ କରିଥିଲେ । ସମାବେଶ ଆୟୋଜନରେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ଯାଳୟର ଓଡ଼ିଆ ଭାଷା ଓ ସାହିତ୍ଯ ବିଭାଗ ସହଯୋଗ କରିଥିବା ବେଳେ କାର୍ଯ୍ଯକ୍ରମରେ ଖଡ଼ିଆଳ ସମେତ ନୂଆପଡ଼ା ଜିଲ୍ଲାର ଶତାଧିକ ସାହିତ୍ଯ ସଂସ୍କୃତି ପ୍ରେମୀ ଉପସ୍ଥିତ ରହିଥିଲେ ।
ଉତ୍କଳୀୟ ଭାଷା ଓ ସଂସ୍କୃତିରେ ନୂଆପଡ଼ାର ଅବଦାନ ଅତୁଳନୀୟ:ଖଡ଼ିଆଳରେ ଉତ୍କଳ ଦିବସ ସମାରୋହରେ ଅତିଥିଙ୍କ ମତ
newodishatv.co.in
Tags
Odisha Latest News