ନୂଆପଡା (ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନିଲଜି ଗ୍ରାମ ପଂଚାୟତ ଗଡରାମାଲ ଗ୍ରାମରେ ପାଣି ବୁନ୍ଧାଏ ପାଇଁ ଡହଲବିକଲ ହେଉଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ଆଜକୁ ୬ମାସ ହେଲା ଗଡରାମାଲ ଗ୍ରାମର ସମସ୍ତ ଘରକୁ ଘର ବସୁଧା ଯୋଜନା ରୁ ପାଣି ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଓଭର ହେଟ୍ ପାଣି ଟ୍ୟାଙ୍କି ନିର୍ମାଣ କରିଛନ୍ତି। ଏବଂ ପ୍ରତେକ ଘରକୁ ପାଣି ଯିବା ପାଇଁ ପାଇପ ଲାଗିଛି। ହେଲେ ୨ମାସ ହେଲା ପାଣି ଯୋଗାଣ ହେଉଥିବା ବେଳେ ଗଡରାମାଲ ଗ୍ରାମର ଏମଇ ସ୍କୁଲ ପଡା କୁ ପାଣି ବୁନ୍ଧାଏ ବି ପହଞ୍ଚି ପାରୁ ନାହିଁ। ଯାହା ଫଳ ରେ ପାଣି ନପାଇ ପଡା ବାସି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ସୁଚନାଯୋଗ୍ୟଯେ, ଏହି ପଡାରେ ୧୫ରୁ ଅଧିକ ପରିବାରର ୧ଶହରୁ ଅଧିକ ଲୋକ ଏଠାରେ ବସବାସ କରୁଥିବା ବେଲେ ଗୋଟିଏ ନଲକୂପ ଅଛି। ହେଲେ ଖରା ତାତି ଦିନକୁଦିନ ବଢି ଚାଲିଥିବା ବେଲେ ସେହି ନଲକୂପ ରେ ମଧ୍ଯ ପାଣି ସମସ୍ୟା ଲାଗି ରହୁଛି। ଯାହା ଫଲରେ ପଡାର ମହିଲା ମାନେ ଅନେକ ସମୟରେ ଝମେଲା ଝାଟି ହେବାକୁ ପଡୁଥିବା ସେମାନେ ପ୍ରକାଶ କରୁଛନ୍ତି। ଅଭିଯୋଗ ଅନୁସାରେ ଗୋଟିଏ ପଟେ ଗଡରାମାଲ ଗ୍ରାମର ଅନେକ ଘରକୁ ପାଣି ଯୋଗାଣ ହେଉଥିବା ବେଳେ ଏମଇ ସ୍କୁଲ ପଡା କୁ କାହିଁକି ପାଣି ଯୋଗାଣ କରୁନାହାନ୍ତି। କେବଳ ଦେଖାଣିଆ ପାଇଁ ଘରକୁ ଘର ପାଇପ ଲଗାଇ ସରକାରର ଟଙ୍କା କୁ ବିଭାଗୀୟ ଅଧିକାରୀ ଓ ଠିକାଦାର ମିଶି ଆତ୍ମସାତ କରୁଥିବା ମନେ ହେଉଛି ବୋଲି ଲୋକେ ପ୍ରକାଶ କରୁଛନ୍ତି। ଏହି ପଡାକୁ ତୁରନ୍ତ ସରକାର ଦୁଷ୍ଟି ଦେଇ ପାଣି ଯୋଗାଣ କରିବାକୁ ଗାୟତ୍ରୀ ସା, ନମିତା ସା, ଗୋମତୀ ସା, ରଜନୀ ସା, ଅନୁସୟା ସା, ଉର୍ବସି ସା, ଦମନ୍ତି ସା, ନିଲାବତି ସା, ଖୁଦ ସା, ବିଷ୍ଣୁ ସା, ଉଧବ ସା, ଲିଙ୍ଗରାଜ ସା, ମିତ୍ର ଭାନୁ ସା, ଗୋବର୍ଦ୍ଧନ ସା ସମେତ ଅନେକ ଲୋକ ଦାବୀ କରିଛନ୍ତି। ଯଦି ଆଗାମୀ ଦିନରେ ଏହାର ସମାଧାନ ନହୁଏ ତେବେ ରାଜ ରାସ୍ତା କୁ ଉଲ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ ଙ୍କୁ ଫୋନରେ ଯୋଗାଯୋଗ କରିବାରୁ ଫୋନକଲ ରିସିବ୍ କରିନଥିଲେ। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେଇ ପାଣି ଯୋଗାଣ କରିବାକୁ ଦାବୀ ହୋଇଛି।
Tags
Odisha Latest News