Ads

ବୌଦ୍ଧ: ବୌଦ୍ଧ ବ୍ଲକ ପ୍ରଶାସନ ତରଫରୁ ମିଶନ ଶକ୍ତି, ଓଡିଶା ଜୀବିକା ମିଶନ ଏବଂ  ବାଇରୀସନ ଏଗ୍ରୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ର ମିଳିତ ଆନୁକୂଲ୍ୟରେ ବୌଦ୍ଧ ବ୍ଲକ ମିଟିଙ୍ଗ ହଲ ଠାରେ  SHGs to SMEs  ଉପରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ଦ୍ୱାରା ଦୀପ ପ୍ରଜ୍ଵଳନ ପୂର୍ବକ ତାଲିମ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମ ରେ ବ୍ଲକ ପ୍ରକଳ୍ପ ପରିଚାଳକ ଶ୍ରୀ ସତ୍ୟପ୍ରିୟ ବଘାର ସ୍ୱାଗତ ଜଣେଇବା ସହିତ ଅଥିତି ପରିଚୟ ପ୍ରଦାନ କରିଥିଲେ | ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅବିନାଶ ପାଣ୍ଡିଆ  SHG ସ୍ତରରେ ଉଦ୍ୟଗ ସ୍ଥାପନ କରାଯାଇ ଉତ୍ପାଦିତ ସାମଗ୍ରୀ ର କିପରି ବିକ୍ରିବଟା ହୋଇ  ପାରିବ ତଥା SHG କିପରି SME ରେ ପରିଣତ ହୋଇ ଲୋକାଲ ଠାରୁ ଆରମ୍ଭ କରି ଗ୍ଲୋବାଲ ପର୍ଯ୍ୟନ୍ତ SHG ସାମଗ୍ରୀ କିପରି  ପଂହଁଚି ପାରିବ ଏବଂ ମା ମାନଙ୍କ ମାସିକ ରୋଜଗାର କିପରି ଦଶ ହଜାର ରୁ ଅଧିକ ହେଇପାରିବ ସେ ଦିଗରେ ଆଲୋକପାତ କରିଥିଲେ | CDPO ଶ୍ରୀମତୀ ମିନତୀ ଦେଓ, BPC ସସ୍ମିତା ବାଦୀ, ବିଜୟ କୁମାର ଭୋଇ ଏବଂ ବାଇରୀସନ ଏଗ୍ରୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବାକି ବାଇରୀ ରେଡି ଉପସ୍ଥିତ ଥିଲେ । ତାଲିମରେ ବ୍ଲକର ୫୦ ଟି SHG ର ସଦସ୍ୟା, MBK, Bank mitra ଯୋଗଦାନ କରିଥିଲେ । SHG ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଶୁଦ୍ଧ ହଳଦୀର ପ୍ୟାକେଜିଙ୍ଗ, ବ୍ରାଣ୍ଡିଂ  ଓ ମାର୍କେଟିଙ୍ଗ କରିବା ପାଇଁ ବାଇରୀସନ ଏଗ୍ରୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼କୁ ଦାୟିତ୍ୱ ଦିଆଗଲା ।
Previous Post Next Post

ADS