Ads

ନୂଆପଡ଼ା(ଜଗନ୍ନାଥ ସାଗର): ଜିଲ୍ଲା ଖଡିଆଳ ବ୍ଲକ ରାଣିମୁଣ୍ଡା ପଞ୍ଚାୟତ ସମାଡ଼ପଦର ଗାଁରେ ଭାଲୁ ଆକ୍ରମଣରେ ରୋହିତ ମାଝୀ (୪୫) ନାମକ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଅପରାହ୍ନରେ ସେ ନିଜ ଜମିକୁ ପୁଅ ଇନ୍ଦ୍ର ମାଝୀ (୧୩) ଙ୍କ ସହ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ଏକ ଜଙ୍ଗଲି ଭାଲୁ ତାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଥିବା ଜଣାପଡ଼ିଛି। ଜଙ୍ଗଲୀ ଭାଲୁଟି ରୋହିତ ଙ୍କ ଡାହାଣ ଜଙ୍ଘକୁ ରାମ୍ପୁଡ଼ିବା ସହ କାମୁଡ଼ି ରକ୍ତାକ୍ତ କରି ଦେଇଥିବା ଜଣାପଡିଛି । ତାଙ୍କୁ ଗାଁ ତଥା ପରିବାର ଲୋକେ ଭାଲୁ ଆକ୍ରମାଣରୁ ଉଦ୍ଧାର କରି ପ୍ରାୟ ୩ କିଲୋମିଟର ଦୂର ରାସ୍ତା ବୋହି ଆଣିବା ପରେ ଆମ୍ବୁଲାନ୍ସରେ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନୂଆପଡ଼ା ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଅଧିକ ଚିକିତ୍ସା ପାଇଁ ନିଆଯାଇଥିଲା । ନୂଆପଡା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଅଧିକ ଚିକିତ୍ସା କରାଯାଉଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ସେ ଜଣେ ଗରିବ ଆଦିବାସୀ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ସରକାରୀ ସହଯୋଗ ଯୋଗାଇ ଦେବାକୁ ଦାବି କରାଯାଇଛି। ଏବିଷୟରେ ଖଡ଼ିଆଳ ବନ ବିଭାଗ କର୍ମଚାରୀଙ୍କୁ ପଚାରିବାରୁ ସେମାନଙ୍କ ପାଖରେ ଏ ବିଷୟରେ କୌଣସି ଖବର ନଥିବା ପ୍ରକାଶ କରିଥିଲେ।
Previous Post Next Post

ADS