Ads

ନୂଆପଡ଼ା(ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ବଷ୍ଟାଣ୍ଡ ପରିସରରେ ପବିତ୍ର ମହାବୀର ଜୟନ୍ତୀ ଉପଲକ୍ଷେ ସିନାପାଲି ଜୈନ ପରିବାର ତରଫରୁ ସର୍ବତ ପାଣି,ତିଖୁର ପାଣି, ବେଳ ପାଣି, ବଣ୍ଟନ ହୋଇଥିଲା । ଯାତ୍ରୀମାନେ ଓ ସର୍ବସାଧାରଣ ଲୋକ ମାନେ ସର୍ବତ ପାଣି ପିଇ ଆନନ୍ଦଦିତ ହୋଇଥିଲେ । ଏବଂ ଜୈନ ପରିବାର ଧାର୍ମିକ କାର୍ଯ୍ୟ ଓ ଲୋକ କଲ୍ୟାଣ କାରି କାର୍ଯ୍ୟରେ ସବୁବେଳେ ତତ୍ପର ରହିଥାନ୍ତି ବୋଲି ଚର୍ଚ୍ଚା କରିଥିଲେ। ଏଥିରେ ଜୈନ ପରିବାର ର ଶ୍ରୀ ମଧୁ କୁମାର ଜୈନ,ମୁକେଶ କୁମାର ଜୈନ ହରେଶ ଜୈନ, ସଙ୍ଗୀତ ଜୈନ, ରାଜୁ ଜୈନ, ମନୋଜ ଜୈନ,ପ୍ରବୀଣ ଜୈନ ୧୪ ନଂ ଜିଲ୍ଲାପରିଷଦ ଶ୍ରୀମତୀ ଆଶା ଜୈନ, ଦିନେଶ ଜୈନ, ନିମିଚନ ଜୈନ ସମେତ ଜୈନ ପରିବାର ର ସମସ୍ତେ ଉପସ୍ଥିତ ରହି ପାଣି ବଣ୍ଟନରେ ସହଯୋଗ କରିଥିଲେ ।
Previous Post Next Post

ADS