ବୌଦ୍ଧ: ଗାଁ ମୁହାଁ ହେଉଛନ୍ତି ହାତୀ । ଆଜି ଭୋର ସମୟରେ ବୌଦ୍ଧ ଜିଲ୍ଲା ତାଲସରଡା ପଞ୍ଚାୟତ ଗୋବିନ୍ଦପୁର (ବସ୍ତମପୁର)ରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସକାଳୁ ଗ୍ରାମର ୨/୩ଜଣ ବ୍ୟକ୍ତି ଶୌଚ ପାଇଁ ପାଖରେ ଥିବା କେନାକୁ ଯାଇଥିବା ବେଳେ ସେଠାରେ ଗୋଟିଏ ହାତୀ ନେପାଲ ବେହେରା ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଷୁଣ୍ଢରେ ଆଘାତ ଦେବା ଫଳରେ ସେ ଗୁରୁତର ଆହତ ହୋଇ ବାଉଁଶୁଣୀ ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ଶୌଭାଗ୍ୟ ବଶତଃ ହାତୀ ଦିଗ ବଦଳେଇ ଚାଲିଯିବା ପରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ହାତୀ ଗାଁ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ବନ ବିଭାଗ ଓ ଗ୍ରାମବାସୀ ମିଳିତ ଭାବରେ ହାତୀକୁ ଘଉଡେଇବାକୁ ଚେଷ୍ଟା କରିଥିଲେ । ବହୁ ଉଦ୍ୟମ ପରେ ବସ୍ତପୁର ଦେଇ ବଲାକିରା ହାତୀ ପଳାଇଥିବା ଦେଖିବାକୁ ମିଳିଛି । ବନ ବିଭାଗ କର୍ମଚାରୀ ହାତୀକୁ ଜଙ୍ଗଲ ଅଭିମୁଖେ ଘଉଡେଇବାକୁ ଚେଷ୍ଟା ଚଳାଇଥିବା ଦେଖିବାକୁ ମିଳିଛି । ଜଙ୍ଗଲ ଛାଡି ଗାଁ ଅଭିମୁଖେ ହାତୀ ଆସିବା ବଡ ଚିନ୍ତା ଜନକ କଥା ବୋଲି ଆଲୋଚନା ହେଉଛି ।