Ads

ଆଠଗଡ: ଲୁହା ରଡରେ ପିଟିପିଟି ବୃଦ୍ଧ ବାପକୁ ହତ୍ୟା କଲା ପୁଅ । ଗତକାଲି ବିଳମ୍ବିତ ରାତିରେ ଆଠଗଡ଼ ଥାନା ଅନ୍ତର୍ଗତ ବଂଟପଦା ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଶା ଗଞ୍ଜେଇ ଖାଇବାକୁ ପଇସା ମାଗିଲା ନ ଦେବାରୁ ବାପାକୁ ଏକ ଲୁହା ରଡ଼ରେ ପିଟି ପିଟି ହତ୍ୟା କରିଛି ନିଜର ପୁଅ । ମୃତକ ହେଲେ ଭକ୍ତ ଗାଁ ର ୭୫ ବର୍ଷୀୟ ବାଲୁଙ୍କେଶ୍ବର ମହାନ୍ତି । ଅଭିଯୁକ୍ତ ପୁଅ ଅପତି ମହାନ୍ତିକୁ ଅଟକ ରଖି ତଦନ୍ତ କରୁଛି ଆଠଗଡ଼ ପୋଲିସ । ନିଶାଦ୍ରବ୍ୟ ଖାଇବା ପାଇଁ ପଇସା ମାଗିଥିଲେ ପଇସା ନଦେବାରୁ ବାପାକୁ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । 
Previous Post Next Post

ADS