ମନମୁଣ୍ଡା: ମନମୁଣ୍ଡା ବିଦ୍ୟୁତ ସେକ୍ସନ ପଲସାଗୋରା ପଂଚାୟତ ଝିଙ୍କରପାଲି ଗ୍ରାମରେ ବିଦ୍ୟୁତ ଟ୍ରାନ୍ସଫର୍ମର ଅଚଳ ହେବାର ଏକ ବର୍ଷ ପରେ ମଧ୍ୟ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇ ନ ଥିବା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମରେ ଥିବା ଦୁଇଟି ଟ୍ରାନ୍ସଫର୍ମର ମଧ୍ୟରୁ ଗୋଟିଏ ଗତ ଜୁନ 2022 ରେ ପୋଡି ଅଚଳ ହୋଇଯାଇଥିଲା।ଅନେକ ଉପଭୋକ୍ତା ଦୀର୍ଘ ଦିନ ପର୍ଯ୍ୟନ୍ତ ଅନ୍ଧାରରେ ରହି କଷ୍ଟ ଭୋଗ କରିଥିଲେ।ଅନେକବାର କହିବା ପରେ ନୂତନ ଟ୍ରାନ୍ସଫର୍ମର ସ୍ଥାପନ ବଦଳରେ ସଚଳ ଥିବା ଅନ୍ୟ ଟ୍ରାନ୍ସଫର୍ମର ରୁ ଉକ୍ତ ତଥାକଥିତ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା ଯାହାକି ଅଦ୍ୟାବଧି ଚାଲିଛି।ଉକ୍ତ ଟ୍ରାନ୍ସଫର୍ମରରେ ଅଧିକ ଉପଭୋକ୍ତା ଙ୍କ ବିଦ୍ୟୁତ ସଂଯୋଗ ଯୋଡ଼ା ଯାଇଥିବାରୁ ଲୋଡ଼ ନେଇ ନ ପାରି ବାରମ୍ବାର ବିଦ୍ୟୁତ ସରବରାହ ଘଟୁଛି ଏବଂ ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଥିବା ଅଭିଯୋଗ ହୋଇଛି।ବିଦ୍ୟୁତ ବିଭାଗ ଆଉ ବିଳମ୍ବ ନ କରି ଯଥାଶୀଘ୍ର ସମ୍ଭବ ଉକ୍ତ ଗ୍ରାମରେ ଏକ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରିବାକୁ ଗ୍ରାମର ସଦାଶିବ ପାଢ଼ୀ, ଅଶୋକ ସୁନା,ଅମରେଶ ଖଟୁଆ,ରମେଶ ଖଟୁଆ, ନିରଞ୍ଜନ କର,ୱାର୍ଡ ସଭ୍ୟା ଅହଲ୍ୟା ପ୍ରମୁଖ ଦାବି ଜଣାଇଛନ୍ତି।ଏନେଇ ମନମୁଣ୍ଡା ବିଦ୍ୟୁତ ବିଭାଗ ଏସ ଡି ଓ ରାଜେଶ ସାହୁ ଙ୍କୁ ପଚାରିବାରେ ଉକ୍ତ ଗ୍ରାମର ସମସ୍ତ ଉପଭୋକ୍ତା ବିଦ୍ୟୁତ ପାଉଥିବା କହିବା ସହ ଏକ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ଅଣାଯାଇଥିଲା ଓ ତାହା ଖରାପ ବାହାରିବାରୁ ଫେରସ୍ତ କରାଯାଇଛି, ଭଲ ଟ୍ରାନ୍ସଫର୍ମର ଆସିଲା ପରେ ତୁରନ୍ତ ସ୍ଥାପନ କରାଯିବ ବୋଲି କହିଛନ୍ତି।
ବିଦ୍ୟୁତ ଟ୍ରାନ୍ସଫର୍ମର ଅଚଳ: ବର୍ଷେ ପରେବି ହୋଇନି ସ୍ଥାପନ ହୋଇନି ଟ୍ରାନ୍ସଫର୍ମର
newodishatv.co.in
Tags
Odisha Latest News