ବୌଦ୍ଧ: ଲଷ୍ମୀବାସୁଦେବ ବୈଦିକ ସଂଗଠନ ପକ୍ଷରୁ ବଘାରପାଲି ଚନ୍ଦ୍ରଶେଖର ମହାଦେବ ମନ୍ଦିର ପରିସରରେ ଗତ ୨୪ତାରିଖରୁ ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି l ଆଜି ପଣ୍ଡିତ ସଂଗଠନ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଜଙ୍ଗଲ, ପଂଚାୟତିରାଜ ଓ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ଯଜ୍ଞଦ୍ୱାରା ପରିବେଶ ସୁରକ୍ଷା ଓ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇପାରୁଛି ଏହା ସବୁ ସ୍ଥାନରେ ହେବାର ଆବଶ୍ୟକତା ରହିଛି l ଦେବୋତ୍ତର ଅଧିକାରୀ ତଥା ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର କହଁର, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ଯୋଗଦାନ କରିଥିଲେ l ବ୍ରାହ୍ମଣ ସମାଜର ସମ୍ପାଦକ ଦେବାଶିଷ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପଣ୍ଡିତ ସଂଗଠନ ର ସଭାପତି ସଂଜୀବ କୁମାର ପଣ୍ଡା, ସମ୍ପାଦକ ହରିବନ୍ଧୁ ଶତପଥି, କୋଷାଧକ୍ଷ ମାନସ ମିଶ୍ର, ବ୍ରାହ୍ମଣ ସମାଜର ସଭାପତି ଗୁରୁପ୍ରସାଦ ଦାଶ, ରାଜ୍ୟ ସଂଗଠନ ର ବରିଷ୍ଠ ସଦସ୍ୟ କ୍ଷିତୀଶ କର ପ୍ରମୁଖ ନିଜ ନିଜ ମତ ପ୍ରକାଶ କରି ବ୍ରାହ୍ମଣ କଲ୍ୟାଣ ନିଗମ ଓ ପୂଜକମାନଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ l ସମସ୍ତ ବରିଷ୍ଠ ସଦସ୍ୟଙ୍କୁ ସମ୍ମାନ ପତ୍ର ଓ ସଦସ୍ୟମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ବରିଷ୍ଠ ପଣ୍ଡିତ ବିଭିଷଣ ଚାନ୍ଦ, ସୁଶୀଲ କୁମାର ପାଣିଗ୍ରାହୀ, ଅଙ୍ଗିରା ମିଶ୍ର, ରାମଚନ୍ଦ୍ର ପାଣିଗ୍ରାହୀ, ଉମାକାନ୍ତ ମହାପାତ୍ର ବ୍ରାହ୍ମଣ ସମାଜର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜ, ମନ୍ଦିର ପରିଚାଳନା କମିଟି ଓ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟମାନେ ସହଯୋଗ କରିଥିଲେ l ଅପରାହ୍ନରେ ରାଜ୍ୟ ପଣ୍ଡିତ ସଂଗଠନ ର ବୈଠକ ସଭାପତି ସଂଜୀବ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପଣ୍ଡିତମାନେ ନିଜ ନିଜ ମତ ରଖିବା ସହିତ ବ୍ରାହ୍ମଣ ସମାଜ ର ଏକତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ମତ ରଖିଥିଲେ l