ଝାରସୁଗୁଡା: ଆଉ କେଇ ଘଣ୍ଟାପରେ ହେବ ଝାରସୁଗୁଡା ଉପନିର୍ବାଚନ । ତା ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳ ଯିତିବା ପାଇଁ ପୁରା କସରତ କରୁଛନ୍ତି । ହେଲେ ବର୍ତମାନର ଭୋଟର ମୁଡ୍ କଣ ଇଏତ ସମୟ କହିବ । ଝାରସୁଗୁଡା ଉପ ନିର୍ବାଚନରେ କିନ୍ତୁ ବିଜେଡି ପ୍ରାର୍ଥୀ ଦୀପାଲି ଦାସ ଓ ବିଜେପି ପ୍ରାର୍ଥି ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ପୁଣି ଆଜି ପ୍ରଚାର ମୈଦାନରେ ହେଭି ଓ୍ବେଟ୍ ନେତା ଓହ୍ଲାଇଛନ୍ତି । ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦିପାଲି ଦାସଙ୍କ ପାଇଁ ପ୍ରଚାର କରିବାକୁ ଯାଇ ନିଜ ସରକାରର ସଫଳତାର କାହାଣୀ ସହ ଝାରସୁଗୁଡାର ବିକାଶ କଥା କହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସରକାରଙ୍କ ଉପରେ ପ୍ରଶ୍ନବାଣ କରିଛନ୍ତି । ଆଉ କହିଛନ୍ତି ସରକାର କାହିଁକି ନବଦାସଙ୍କ ହତ୍ୟା ପଛର କାରଣ କଣ କହୁନାହାନ୍ତି ।କ୍ୟାବିନେଟ ମନ୍ତ୍ରୀ ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରୁ ନାହାନ୍ତି । ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବା ଦିନଠାରୁ କେବେ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିନଥିବା ବେଳେ ରାଜ୍ୟରେ କିଏ ଶାସନ କରୁଛି ବୋଲି ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ କେନ୍ଦ୍ର ସରକାର ୨୩ ହଜାର ଘର ଦେଇଥିଲେ କିନ୍ତୁ ଲୋକଙ୍କୁ ତାହା କାହିଁ କି ମିଳୁନି ବୋଲି ସିଧାସିଧା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ହେଲେ ଏ ଆରୋପ ପ୍ରତ୍ୟାରୋପ ଭୋଟରଙ୍କ ଉପରେ କେତେ ପ୍ରଭାବ ପକାଇ ପାରିବ ଓ ଝାରସୁଗୁଡା ଆସନ କିଏ ହାତେଇବ ଇଏ ସମୟ କହିବ ?