ବୌଦ୍ଧ: ଆଜି ନୂତନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବରେ ଶ୍ରୀ ଲମ୍ବୋଦର ପଟେଲ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ପୂର୍ବରୁ ସୁନ୍ଦରଗଡ ଜିଲ୍ଲା କୃଷି ଅଧିକାର ଭାବରେ କାର୍ଯ୍ୟରତ ଥିଲେ। ଆଜି ସେ ଦାୟିତ୍ୱ ଗ୍ରହଣ କଲାପରେ, କୃଷି କାର୍ଯ୍ୟକ୍ରମ ଗୁଡିକୁ କ୍ଷୀପ୍ରତା ସହ ସମ୍ପନ୍ନ କରିବାକୁ ସମସ୍ତ କୃଷି ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଗତ ଖରିଫ ଓ ରବି ଋତୁରେ ଓଡିଶା ମିଳେଟ୍ସ ମିଶନ କାର୍ଯ୍ୟକ୍ରମ ର ସମୀକ୍ଷା କରିଥିଲେ। ମଣ୍ଡିଆ ଚାଷ ପାଇଁ ଗ୍ରାମଗ୍ରାମରେ ଗ୍ରାମସଭା ମାଧ୍ୟମରେ ଜନସଚେତନତା ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ। ସେ ମିଳେଟ୍ସ ଶକ୍ତି କାଫେ ଓ ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ, ଆଗାମୀ ସମୟରେ ଅଧିକ ସଂଖ୍ୟକ ମହିଳା ସମୂହ ମାନଙ୍କୁ ଓଡିଶା ମିଳେଟ୍ସ ମିଶନ କାର୍ଯ୍ୟକ୍ରମରେ ଭାଗିଦାରୀ କରିବାପାଇଁ କହିଥିଲେ।