Ads

ନୂଆପଡ଼ା(ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ବ୍ଲକ ବରଗାଁ ଠାରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ଷୋହଳ ପ୍ରହରୀ ନାମଯଜ୍ଞ ଆଜି ପୂର୍ଣ୍ଣାହୂତୀ ପରେ ନଗର ପରିକ୍ରମା ସହ ଉଦଯାପିତ ହୋଇଯାଇଛି ।  ପଞ୍ଚାୟତରାଜ ଛକ ଠାରେ ମହା ସମାରୋହରେ ପାଳିତ ହୋଇଥିବା ଏହି ନାମଯଜ୍ଞର ପ୍ରାରମ୍ଭରେ ମଙ୍ଗଳବାର ଦିନ ଭବ୍ଯକଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ଯକ୍ରମରେ ବରଗାଁ,  ବାନେର, ଲେତେର, ପୁଝାରିଗୁଢ଼ାର ମହିଳା ଦଳ ଏବଂ ଇଚ୍ଛାପୁର, ଜୋରପଡା, ଗଡରାମାଳ ଓ ବରଗାଁର ପୁରୁଷ ଦଳ ମିଶି ମୋଟ ଆଠଟି ସଂକୀର୍ତ୍ତନ ଦଳ  ଅଂଶ ଗ୍ରହଣ କରିଥିଲେ । ନାମଯଜ୍ଞର କର୍ତ୍ତା ଭାବରେ ଚିତ୍ର କଟା ସପତ୍ନୀକ ଦାୟିତ୍ୱ ତୁଲାଇ ଥିବା ବେଳେ ଶ୍ରୀକାନ୍ତ ପଣ୍ଡା ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଯଜ୍ଞକାର୍ଯ୍ଯରେ ବରଗାଁ ପଞ୍ଚାୟତରାଜ ଛକର ସମସ୍ତ ଜନ ସାଧାରଣ ସହଯୋଗ କରିଥିଲେ ।
Previous Post Next Post

ADS