Ads

ବୌଦ୍ଧ: ସବୁବେଳେ ସେବା ପାଇଁ ଚର୍ଚ୍ଚାରେ ଥିବା ବୌଦ୍ଧ ଜିଲ୍ଲା ଭୈରବୀ ବସ୍ କର୍ମଚାରୀ ସଂଘ ତରଫରୁ ଆହତ ବସ୍ କର୍ମଚାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ପୁଣି ଚର୍ଚ୍ଚାକୁ ଆସିଛି । ସୂଚନାରୁ ପ୍ରକାଶ ଯେ , ବୌଦ୍ଧ ଜିଲା ବସ ସଂଘ ଅଧୀନରେ ଅନୁଗୁଳ ଜିଲା ତାରଦର ଗ୍ରାମର ଅଗସ୍ତି ହାତୀ କାମ କରୁଥିଲେ । କିଛି ଦିନ ତଳେ ସେ କୂଅରେ ଗାଧୋଇବା ବେଳେ ଚାନ୍ଦିନୀରେ ଗୋଡ଼ ଖସି ଯାଇଥିଲା । ତାଙ୍କ ଗୋଡ ଭାଙ୍ଗି ଯିବାରୁ ସେ ଘରେ ଶଯ୍ୟାଶାୟୀ ଅଛନ୍ତି । କାମ ଧନ୍ଦା ହରାଇଥିବା ବେଳେ ଚିକିତ୍ସା ପାଇଁ ଅର୍ଥାଭାବ ବାଧକ ହୋଇଛି । ଏ ଖବର ଜାଣିବା ପରେ ବୌଦ୍ଧ ଭୈରବୀ ବସ୍ କର୍ମଚାରୀ ସଂଘର ସମ୍ପାଦକ ଦିଲ୍ଲୀପ ସାହୁଙ୍କ ଆବାହକତ୍ବରେ ଅନୁଷ୍ଠିତ ସଭାରେ ଅଗସ୍ତିଙ୍କୁ ସହାୟତା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏବଂ ଏକ ଟିମ୍ ଗଠନ କରାଯାଇ ସହାୟତାର ହାତ ବଢେଇଲା ସଂଘ । ଏହି ଟିମ୍ ରେ ସଂଘର ଉପସଭାପତି ସରୋଜ ନାଏକ, ପ୍ରଫୁଲ୍ଲ ନାଏକ, ଶ୍ରବଣ ବେହେରା, ଅମିତ ରାଜ, କୈବଲ୍ୟ ପ୍ରଧାନ ପ୍ରମୁଖ ଅଗସ୍ତିଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କୁ ପନିପରିବା, ରାସନ ସାମଗ୍ରୀ ସହ ନଗଦ ୪୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ । ସଂଘ ତାଙ୍କ ପଛରେ ଅଛି । ଅସହାୟ ଙ୍କ ପାଇଁ ସଂଘର ଏପରି କାର୍ଯ୍ୟକୁ ବୁଦ୍ଧିଜୀବି ମହଲରେ ବେଶ ପ୍ରଶଂସା କରାଯାଉଛି ।
Previous Post Next Post

ADS