Ads

ନୂଆପଡ଼ା(ଜଗନ୍ନାଥ ସାଗର): ଜିଲ୍ଲା କେନ୍ଦୁପତ୍ର ତୋଳାଳିଙ୍କ ବିଭିନ୍ନ ଦାବୀକୁ ନେଇ ଆଜି ନୂଆପଡା ରେ ରଣହୁଙ୍କାର ଦେଇଛନ୍ତି ଶ୍ରମିକ l ଏଥିରେ ଜିଲ୍ଲା ତଥା ରାଜ୍ୟର କେନ୍ଦୁପତ୍ର ତୋଳାଳୀ ସଂଘର କର୍ମକର୍ତା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l କେନ୍ଦୁପତ୍ର ତୋଳାଳିଙ୍କ ନୂଆପଡା ଜିଲ୍ଲାପାଳ ଙ୍କ କାର୍ଯାଳୟ ଘେରାଓ ଯୋଗୁଁ ହଟହଟା ହେବାକୁ ପଡିଥିଲା ସ୍ଥାନୀୟ ଯାତ୍ରୀ ମାନଙ୍କୁ lଖରିଆର ଡିଭିଜନ ଶାଖା ତରଫରୁ  ରାଜ୍ୟ ସମ୍ପାଦକ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ନୂଆପଡା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଐତିହାସିକ ସମାବେଶ,ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଚଉଦ ଦଫା ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଗସ୍ତି ପ୍ରଧାନ ଙ୍କୁ ପ୍ରଦାନ କରି ତୁରନ୍ତ ସମାଧାନ ପାଇଁ ଆହ୍ୱାନ ଦିଆଯାଇଛି।ଆଜି ସକାଳ ଆଠ ଟା ରୁ ଜିଲ୍ଲାର ୩୨୩ ଫଡ଼ି ଗ୍ରାମରୁ ପ୍ରାୟ ପନ୍ଦର ହଜାର ରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ ଷ୍ଟାଫ ନୂଆପଡା ପୋଲିସ ପଡ଼ିଆରେ ଠୁଳ ହେବା ଆରମ୍ଭ କରିଥିଲେ।ପୋଲିସ ପଡ଼ିଆରେ ପ୍ରଥମେ ବିଶାଳ ସମାବେଶ ଅନୁଷ୍ଠିତ ହୋଇ ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ପ୍ରତିବାଦ ସଭା ଆରମ୍ଭ ହୋଇଥିଲା।ଏହି ସଭାରେ କଳାହାଣ୍ଡି ଲୋକସଭା ର ମାନ୍ୟବର ସଂସଦ ଶ୍ରୀ ବସନ୍ତ ପଣ୍ଡା ମୁଖ ଅତିଥି , ସଂଘ ର ବରିଷ୍ଠ ନେତା ପାଇକମାଲ ହେଡଚେକର ଶ୍ରୀ କୋକିଳ ସାହୁ ସମ୍ମାନୀତ ଅତିଥି ରୂପେ ସାମିଲ ହୋଇଥିଲେ।ଏକ ସରକାରୀ ସଂସ୍ଥାରେ  ଶ୍ରମିକ ଶୋଷଣ ଓ ମାରଣ ନୀତି ନିହାତି ଦୁର୍ଭାଗ୍ୟ ଜନକ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ।।ନବୀନ ବାବୁଙ୍କ ନେତୃତ୍ୱରେ ଚାଲିଥିବା ରାଜ୍ୟ ସରକାର ଚାଷୀ ଓ ଶ୍ରମିକଙ୍କ ପାଇଁ ଅନ୍ଧ,ମୁକ ଓ ବଧିର ସାଜିଛି।ସଙ୍ଘ ର ନେତୃତ୍ୱ  ଵିଶେଷ କରି ଶ୍ରୀ ପାଣିଗ୍ରାହୀ ଯେତେବେଲେ  ସହଯୋଗ ମାଗିଛନ୍ତି ଆମେ ସହଯୋଗ ର ହାତ ବଢ଼େଇଛୁ ଓ ଆଗାମୀ ଦିନରେ  ଯାହାବି ସହଯୋଗ ଦରକାର ପଡିବ ମୋ ତରଫରୁ  ନିଶ୍ଚୟ ଦିଆଯିବ ବୋଲି ସାଂସଦ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ।
Previous Post Next Post

ADS