Ads

ନୂଆପଡ଼ା(ଜଗନ୍ନାଥ ସାଗର): ଜିଲ୍ଲା ଜିଲ୍ଲାପାଳ ସଦଭାବନା ସଭା ଗୃହ ପରିସର ମଧ୍ୟରେ ଓଡିଶା ସରକାରଙ୍କ ପକ୍କା ଗୃହ  ଯୋଜନା ନେଇ ବିଭଗୀୟ ଅଧିକାରୀ ଏବଂ ସ୍ଥାନୀୟ ନେତୃମଣ୍ଡଳୀଙ୍କୁ ସମୀକ୍ଷା କରିଛନ୍ତି। ଏହି ଯୋଜନା ରେ ଚାରି ପ୍ରକାର ଋଣ ସହାୟତା ପ୍ରଦାନ କରିବା ବ୍ୟବସ୍ଥା ରହିଥିବା ବେଳେ ରିହାତି ପରିଶୋଧ ବ୍ୟବସ୍ଥା ରହିଥିବା ନେଇ ଯୋଜନା ଉପରେ ହିତାଧିକାରୀଙ୍କୁ ସଚେତନ କରିବା ସହ ସରକାରଙ୍କ ଏହି ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ଆହ୍ବାନ କରିଥିଲେ। ବୈଠକରେ ଓଡିଶା ଯୋଜନା ଓ  ସମନ୍ଵୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ହେମକାନ୍ତ ସାଏ, ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ଜିଲ୍ଲା କାର୍ଯ୍ୟ ନିର୍ବାହି ଅଧିକାରୀ ମଧୁଛନ୍ଦା ସାହୁ, ଜିଲ୍ଲାପରିଷଦ ଉପାଧକ୍ଷା ଦୀପିକା କୌଶଳ, ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ ଏବଂ ତହସିଲଦାର, ବ୍ୟାଙ୍କ କର୍ମଚାରୀ ଯୋଗ ଦେଇଥିଲେ। ମୋ ଘର ଯୋଜନା ରେ ହିତାଧିକାରୀଙ୍କୁ ସାମିଲ କରି କଚ୍ଚା ଘରକୁ ପକ୍କା ଘର ରେ ପରିଣତ କରିବା ସରକାରଙ୍କ ପ୍ରତିଶୃତି ପୂରଣ କରିଛନ୍ତି। ୧୬ ଜୁନ ତାରିଖ ରୁ ଯୋଜନା ର ଆବେଦନ ପାଇଁ ହିତାଧିକାରୀଙ୍କ ଠାରୁ ଅନଲାଇନ ମାଧ୍ୟମରେ ଦରଖାସ୍ତ ଗ୍ରହଣ କରାଯିବ। ନୂତନ ଗୃହ, ଗୃହ ସମ୍ପ୍ରସାରଣ,ଗୃହ ଉନ୍ନତିକରଣ, ସମ୍ପୂର୍ଣ୍ଣକରଣ ହେବ।
Previous Post Next Post

ADS