Ads

ନୂଆପଡ଼ା(ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ବ୍ଲକ୍ ଚଳନା ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଆଦର୍ଶ ଶିକ୍ଷକ √  ନିତ୍ୟାନନ୍ଦ ଠାକୁର ଙ୍କ ପରଲୋକ ହୋଇଯାଇଛି।ସେ ନିଜ ଜନ୍ମମାଟି ଚଳନା ଗ୍ରାମରେ ଗତ ବୁଧବାର ରାତ୍ରି ପ୍ରାୟ ୩ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଜଣେ ପରୋପକାରୀ ତଥା ଜଣେ ଦକ୍ଷ ସଂଗଠକ ,କୃଷକ ତଥା ବିଜ୍ଞ ଧର୍ମ ପ୍ରସାରକ ର ପଥିକ ଥିଲେ ତାଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ଦୁର୍ଗାପୂଜା ,ନାମ ଯଜ୍ଞ ତଥା ଅନେକ ନାଟକ ଜନ ମାନସରେ ଅଭୁଲା ହୋଇ ରହିଛି।ଏହି ମହତ କର୍ମ ଗୁଡିକ ପାଇଁ ନିଜ ଜନ୍ମ ମାଟି  ସୋକାକୁଳ ପରିବେଶ ସୃଷ୍ଟି ହେବା ସହିତ ଝୁରୁଛି।ତାଙ୍କୁ ମୃତ୍ୟୁ ବେଳକୁ ୮୮ ବର୍ଷ ହୋଇଥିଲା।ମୃତ୍ୟୁ ସମୟରେ ତାଙ୍କ ପତ୍ନୀ ସହ ବଡ଼ ପୁଅ ଆଇନ ଜୀବି ସନ୍ତୋଷ କୁମାର ଠାକୁର ଓ ସାନ ପୁଅ ଅଧ୍ୟାପକ ସରୋଜ କୁମାର ଠାକୁର ଦୁଇ ପୁତ୍ର ବଧୂ ୭ ନାତି ନାତୁଣୀ ନାତୁଣୀଜ୍ବାଇଁ ସହ ସମସ୍ତ ଆତ୍ମୀୟ ପରିଜନ ଉପସ୍ଥିତ ଥିଲେ।ବଡ଼ ପୁଅ ସନ୍ତୋଷ କୁମାର ଠାକୁର ମୁଖାଗ୍ନି ଦେଇଥିଲେ।
Previous Post Next Post

ADS