ବୌଦ୍ଧ: ବୌଦ୍ଧର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର ସୋମବାର ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ପାତ୍ର ପୂର୍ବରୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମଶାସନ ସଚିବ ଭାବରେ କାର୍ଯ୍ୟରତ ଥିଲେ । ଶ୍ରୀଯୁକ୍ତ ପାତ୍ର ଅତିରିକ୍ତ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିବାପରେ ଜିଲ୍ଳାର ବିକାଶ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାପାଇଁ ପରାମର୍ଶ ଦେବା ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଦାୟିତ୍ୱ ଗ୍ରହଣ କରିବାପରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀପାତ୍ରଙ୍କୁ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଛନ୍ତି ।
Tags
Odisha Latest News