ନୂଆପଡ଼ା(ଜଗନ୍ନାଥ ସାଗର): ଜିଲ୍ଲା ଆଜି ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ, ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ତୋଫିକ ରାଜା ଜିଲ୍ଲା ରେ ସର୍ବାଧିକ ନଂମ୍ବର ୯୬.୮% ରେ ପାସ, ବିଭିନ୍ନ ମହଲ ରୁ ଶୁବେଚ୍ଛା ଜଣାଇବା ସହ ନୂଆପଡା ଜିଲ୍ଲା ର ପ୍ରଶାସନ ତାଙ୍କ ସଫଳତା ନେଇ ଶୁବେଚ୍ଛା ଜଣାଇଛନ୍ତି। ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ ଅଧକ୍ଷ ଭୁପେନ୍ଦ୍ର ପାଞ୍ଚାଳ ଏବଂ ଅନ୍ୟ ସମସ୍ତ ଶିକ୍ଷକ ମାନେ ଶୁବେଚ୍ଛା ଜଣାଇଛନ୍ତି। ତୋଫିକ ରାଜା ଙ୍କ ବାପା ଅତିକ ଅହେମଦ ଖାଁନ ବୋଡେ଼ନ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ର ଇତିହାସ ଅଧ୍ୟାପକ ରୂପେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ମାଁ ସୁରେୟା ସୁଲତାନ ଚଳାନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ରୂପେ କାର୍ଯ୍ୟ କରନ୍ତି। ତୋଫିକ ଆଗକୁ ଅଧ୍ୟୟନ ପରେ ଜଣେ ମେଡିକାଲ ପାଠ ପଢିବାକୁ ମନସ୍ତ କରିଥିବା ଜଣାପଡିଅଛି। ଚଳିତ ଆରୀକ୍ଷାରେ ମୋଟ ୫୦୦ ମାର୍କ ରୁ ତୋଫିକ ରାଜା ୪୮୪ ନମ୍ବର ରଖି ୯୬.୮% ପ୍ରତିଶତ ରେ ପାସ ହୋଇଛନ୍ତି।
ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟର ତୋଫିକ ରାଜା ରଖିଲେ ଜିଲ୍ଲାରେ ସର୍ବାଧିକ ନଂମ୍ବର
newodishatv.co.in
Tags
Odisha Latest News