Ads

ଗୁଣୁପୁର: ଗୁଣୁପୁର ଅଞ୍ଚଳର ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ତଥା ଓୟୁଜେ ର ଜିଲ୍ଲା ସମ୍ପାଦକ ରଞ୍ଜିତ ପାଢ଼ୀ ଙ୍କ ନାମରେ ଗୁଣୁପୁର ଥାନା ରେ ଏକ ମିଥ୍ୟା ମାମଲା ରୁଜୁ ହୋଇଥିବା ଘଟଣାକୁ ତୀବ୍ର ନିନ୍ଦା କରିଛି ଓୟୁଜେ ସଙ୍ଗଠନ । ସଙ୍ଗଠନ ପକ୍ଷରୁ ସଭାପତି ରାଧାକୃଷ୍ଣ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଆଜି ସଙ୍ଘ ପକ୍ଷରୁ ଏକ ସ୍ମାରକପତ୍ର ଉପଜିଲ୍ଲାପାଳ ଲଳିତ କୁମାର କହଁର ଙ୍କୁ ପ୍ରଦାନ କରାଯାଇଥିଲା । ଏକ ଅର୍ଥ ଦେଣନେଣ ଘଟଣାର ମଧ୍ୟସ୍ଥତା କରିବାକୁ ଯାଇ ସାମ୍ବାଦିକ ଜଣକ ଉଦ୍ୟମ କରିବାରୁ ତାଙ୍କୁ ଏଭଳି ଫସେଇବା ଘଟଣାକୁ ନିନ୍ଦା କରାଯାଇଥିଲା । ତେଣୁ ପୁଲିସ ପକ୍ଷରୁ ଘଟଣାର ପ୍ରକୃତ ସତ୍ୟାସତ୍ୟ ତଦନ୍ତ କରି ଗଣମାଧ୍ୟମ ପ୍ରତିନିଧି ଙ୍କ ପ୍ରତି ଉଚିତ ନ୍ୟାୟ ପ୍ରଦାନ କରିବାକୁ ଏହି କାର୍ଯ୍ୟକ୍ରମ ରେ ଓୟୁଜେ ର ସଦସ୍ୟ ପ୍ରଦୀପ ପାଢ଼ୀ,ପ୍ରମୋଦ ପତି, ନୀଳମାଧବ ପାଢ଼ୀ, ସୁଶାନ୍ତ ପଣ୍ଡା,ମୁନା ପାଣି,ଇନ୍ଦ୍ରଜିତ ପଣ୍ଡା, ଜଗନ୍ନାଥ ପାଣିଗ୍ରାହୀ, ରବୀନ୍ଦ୍ର ମହାପାତ୍ର, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ବିଜୟ ସୁନାମୁଦି, ଜନାର୍ଦ୍ଦନ ମହାପାତ୍ର, ଏସ ଶିବାଜୀ, ବି ସତୀଶ, ନରସିଂହନାଥ ମହାନ୍ତି, ପି ନାଗଭୂଷଣ ରାଓ,ଅଜିତ ମହାନ୍ତି,ବଳରାମ ପଣ୍ଡା, ରାଜେଶ ପାଢ଼ୀ, ଚିନ୍ମୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
Previous Post Next Post

ADS