Ads

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବୀରନରସିଂହପୁର ପଞ୍ଚାୟତ କରଡ଼ି ସ୍ଥିତ ପ୍ରସିଦ୍ଧ ଶୈବ ପୀଠ ପ୍ରାଙ୍ଗଣରେ ହରଭଂଗା ବ୍ଲକ ସ୍ତରୀୟ ଲୋକକଳା ଦିବସ ପାଳନ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ, ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ଓ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ଥିବା ବେଳେ ହରଭଙ୍ଗା ବିଡିଓ ସପ୍ଲିତା ନାଏକଙ୍କ ଅଧ୍ୟକ୍ଷତା ଓ ଭାରପ୍ରପ୍ତ ଜିପିଓ ଯତୀନ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ଓ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ, ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ସରପଞ୍ଚ ବୀରନରସିଂପୁର ଚନ୍ଦନ ବେହେରା ଓ ସମିତି ସଭ୍ୟl କଲ୍ୟାଣୀ ଦଣ୍ଡସେନା, ବ୍ଲକ ଲୋକ କଳା ସଂଘ ଉପସଭାପତି ବାଞ୍ଛାନିଧି ପ୍ରଧାନ ଯୋଗଦେଇ ଥିଲେ l ବୌଦ୍ଧ ଜିଲ୍ଲା ର ବିଭିନ୍ନ ଲୋକ କଳା ମଧ୍ୟରେ ସୋଲ ସୁଆଙ୍ଗ ଦଣ୍ଡ, ପତର ସଉରା, ଶବର, ଇତ୍ୟାଦି ସାରା ରାଜ୍ୟ ଓ ଦେଶରେ ଉଚ୍ଚକୋଟୀର ପ୍ରଦର୍ଶନ ନିମନ୍ତେ ମୁଖ୍ୟ ଅତିଥି ପ୍ରଶଂସା କରିଥିଲେ ଓ ଓଡ଼ିଶା ସରକାର ଙ୍କ କଳାକାର ସମ୍ମାନଭତ୍ତା ପାଇବାକୁ ଥିବା କଳାକାର ମାନେ ନିଶ୍ଚିତ ଭାବେ ପାଇବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ l ଉକ୍ତ କାର୍ଯ୍ୟକ୍ରମ ଆଯୋଜୋନରେ ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହର, ରଧାନଗର ସରପଞ୍ଚ ଗଣେଶ ବେହେରା ଙ୍କ ସମେତ ବ୍ଲକ ସରପଞ୍ଚ ସଂଘ, କରଡ଼ି ମନ୍ଦିର କମିଟି ସହଯୋଗ କରିଥିବା ବେଳେ ବ୍ଲକ ର ସମସ୍ତ ସରପଞ୍ଚ, ସମିତିସଭ୍ୟ, କଳାକାର ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଭାଗନେଇଥିଲେ l
Previous Post Next Post

ADS