ନୂଆପଡା(ଜଗନ୍ନାଥ ସାଗର): ଜିଲ୍ଲା ଖଡ଼ିଆଳ ବ୍ଳକ ଚନାବେଡା ଗ୍ରାମ ଅନ୍ତର୍ଗତ ଶ୍ରୀ ଶ୍ରୀ ପଞ୍ଚଦେବତା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଭ୍ୟା ମାନେ ସଫଳ ଭାବରେ ମାଛ ଚାଷ କରି ସ୍ୱାବଲମ୍ବ ହୋଇପାରିଛନ୍ତି I ବିଗତ ବର୍ଷ ଚନାବେଡା ଗ୍ରାମ ପଂଚାୟତ ଅଧିନସ୍ଥ ମାଟିଆ ବନ୍ଧ ପୋଖରୀ କୁ ନିଲାମ ସୂତ୍ର ରେ ନେଇ ମାଛ ଚାଷ ଆରମ୍ଭ କରିଥିଲେ I ଜିଲ୍ଲା ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସହଦେଵ ଭୋଇ ତଥା ନୀଳମାଧବ ଫୀସରୀ ଫାର୍ମ ର ପ୍ରପାଇଟର ସୁଶାନ୍ତ ସାହୁ ଙ୍କ ତତ୍ୱାବଧାନ କ୍ରମେ ଚଳିତ ବର୍ଷ ସଫଳ ଭାବରେ କୋଡିଏ କୁଇଣ୍ଟାଲ ମାଛ ଧରି ସ୍ଥାନୀୟ ବଜାର ରେ ବିକ୍ରି କରି ଲକ୍ଷାଧିକ ଟଙ୍କା ଉପାର୍ଜନ କରିଛନ୍ତି I ଆଗାମୀ ଦିନରେ ଆହୁରି ଅଧିକ ମାଛ ଚାଷ କରିବା ପାଇଁ ଗ୍ରୁପ ର ମା ମାନେ ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ଶ୍ରୀ ପଞ୍ଚଦେବତା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଭାନେତ୍ରୀ ଇନ୍ଦୁ ବେହେରା ତଥା ସମ୍ପାଦିକା କପୁର ସୁନାନୀ ମତବ୍ୟକ୍ତ କରିଛନ୍ତି I ମିଶନ ଶକ୍ତି ବିଭାଗ ମା ମାନଙ୍କୁ ଅଧିକ ସୁଦୃଢ କରିପାରଛି ବୋଲି ଗୋଷ୍ଠୀ ର ସମସ୍ତ ମା ମାନେ ଖୁସି ବ୍ୟକ୍ତ କରିଛନ୍ତି I ଖଡ଼ିଆଳ ବ୍ଲକ ମିଶନ ଶକ୍ତି ବିପିଟି ଶ୍ରୀ ସମ୍ପଦ ଦାସ, ଚନାବେଡା ସି ଆର ପି ଶ୍ରୀମତୀ ଅମ୍ବିକା ତାଣ୍ଡି, ଖଡ଼ିଆଳ ବି ଏଲ ଏଫ ପ୍ରମୋଦିନୀ ଭୋଇ ତଥା ମିଶନ ଶକ୍ତି ବିଭାଗ ର ଅନ୍ୟାନ୍ୟ ଅଧିକାରୀ ମାନେ ଉଚିତ ମାର୍ଗ ଦର୍ଶନ କରୁ ଥିବାରୁ ଗୋଷ୍ଠୀ ର ଅନ୍ୟ ସଭ୍ୟା ଶ୍ରୀମତୀ ବିଷ୍ନୁପ୍ରିୟା ରାଉତ, ମନୋରମା ରାଉତ, ରଶ୍ମିତା ରାଉତରାୟ, ମଦନା ବେହେରା, ଫୁଲ ବାଗ, ଦିବ୍ୟକାନ୍ତି ସଗରିଆ,ରେସନା ବେହେରା, ପୂଜା ବେହେରା ଧନ୍ୟବାଦ ପ୍ରଦାନ କରିଛନ୍ତି I