ନୂଆପଡ଼ା(ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆଗାମୀ ରଥଯାତ୍ରା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ଅଣସରନୀତି, ନେତ୍ରୋତ୍ସବ, ରଥଯାତ୍ରା, ହେରାପଂଚମୀ, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ଆଦି ଉତ୍ସବକୁ ଶୃଙ୍ଖଳାର ସହ ପାଳନ ନେଇ ଆଲୋଚନା କରାଯାଇଥିଲା । ଏଥିସହ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦୃଷ୍ଟିରୁ ଟ୍ରାଫିକ୍ ବ୍ଯବସ୍ଥା, ସ୍ୱଚ୍ଛତା, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ବ୍ଯବସ୍ଥାକୁ କମିଟି ତରଫରୁ ଗୁରୁତ୍ୱ ଦିଆଯାଇଛି ା ସଂପାଦକ ତୁଳସୀରାମ ମେହେର ବୈଠକର ବିବରଣୀ ଉପସ୍ଥାପନା କରିଥିଲେ । ଏହି ଅବସରରେ ସେବାୟତ ମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ବୈଠକରେ ଡମ୍ୱରୁଧର ମେହେର, ଫଣିଂଦ୍ରନାଥ ମେହେର, ଶଶିଭୂଷଣ ମାଝୀ, ଲୋକନାଥ ମେହେର, ନାରାୟଣ ପାତ୍ର, ହୃଦାନନ୍ଦ ମାଝୀ, ନାରାୟଣ ପାତ୍ର, ତପିରାମ ମେହେର, ମୋତିରାମ ମେହେର, ଗୋଳାମଣି ସା, ଲମ୍ବୋଦର ମେହେର, ନନ୍ଦକୁମାର ପାତ୍ର, ନବୀନ ଚଂଦ୍ର ମେହେର, ବାମଦେବ ଦାସ, ନରହରି ମେହେର, ଲୋକନାଥ ମେହେର, ଈଶ୍ୱର ପ୍ରସାଦ ମେହେର, ପୂର୍ଣ୍ଣଚଂଦ୍ର ମେହେର, ଗଣପତି ମେହେର, ଧୃବଚରଣ ମେହେର, ଯୁକ୍ତକିଶୋର ମେହେର, ମହେଶ୍ୱର ମେହେର, ଲକ୍ଷ୍ମଣ ମେହେର, ତ୍ରିନାଥ ମେହେର, ବୈଷ୍ଣବ ମେହେର, ତରୁଣ ମେହେର, ହୀରାଲାଲ ଅଗ୍ରୱାଲ, ତିଲେଶ୍ୱର ମେହେର, ମୁନେଶ ଅଗ୍ରୱାଲ, ତପେଶ୍ୱର ମେହେର, ଚଂଦ୍ରଶେଖର ମେହେର, ପ୍ରଦ୍ଯୁମ୍ନ ଚିନ୍ଦା, ସୁଶିଳ ଯୋଷୀ, ଚୂଡ଼ାମଣି ମେହେର, ବୈବସୂତ ମେହେର, ମୁରଳୀଧର ମେହେର, ଶଙ୍କର ମେହେର, ଉଦ୍ଧବ ମେହେର, ସୁରଜ ମେହେର, ନୀଳାଂଚଳ ମେହେର, ମେଘନାଦ ମେହେର, ମେଢ଼ ମେହେର, ହାଡ଼ୁରାମ ମେହେର, ଜୟ ମେହେର, ଧବଲେଶ୍ୱର ମେହେର, ଗୁରୁବାରୁ ମେହେର, ଖଗେଶ୍ୱର ମେହେର, ପ୍ରଭାତ ମେହେର, ନିତେଶ ମେହେର, ଜିତେନ ମେହେର, ଡୋଳାମଣି ମେହେର, ଗୟାରାମ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରୂପେଶ ଚଂଦ୍ର ମେହେର ଧନ୍ଯବାଦ ଦେଇଥିଲେ ।