Ads

ବୌଦ୍ଧ: ଜାମ୍ମୁକାଶ୍ମୀର ର ରାଜଧାନୀ ଶ୍ରୀନଗର  ଠାରେ ଅନୁଷ୍ଟିତ ପାଞ୍ଚମ ଆନ୍ତର୍ଜାତିକ ଜଳବାୟୁ ପରିବର୍ତ୍ତନ ଓ ତାର ପ୍ରଭାବ  ସମ୍ମିଳନୀ ରେ  ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ର ବିଭାଗ ମୁଖ୍ୟ ତଥା ପରିବେଶବିତ୍ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଙ୍କୁ  ସମ୍ମାନ ଜନକ "ପରିବେଶ ବିଜ୍ଞାନୀ ସମ୍ମାନ" ରେ ସମ୍ମାନିତ କରାଯାଇଅଛି l ଚଳିତ ଜୁନ ମାସ  ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସମ୍ମିଳନୀରେ ଡ. ଦାସ  "ବୌଦ୍ଧ ଜଙ୍ଗଲ ରେ ଲାଗୁଥିବା  ବନାଗ୍ନି ଓ ତାର ପରିଚାଳନା" ବିଷୟ ଉପରେ ତାଙ୍କର ଗବେଷଣାଗତ ନିବନ୍ଧ ଉପସ୍ଥାପନା କରିଥିଲେ ଯାହାକି ଉଚ୍ଚକୋଟୀର ହୋଇଥିଲା l ଏହି ସମ୍ମିଳନୀରେ ପୃଥିବୀ ର ୧୨ ଟି ଦେଶର ୧୩୫୦ ଜଣ ବିଜ୍ଞାନୀ ଅଂଶଗ୍ରହଣ କରି ନିଜ ନିଜର ନିବନ୍ଧ ଉପସ୍ଥାପନା  କରିଥିଲେ l ଉଚ୍ଚକୋଟୀର ଗବେଷଣା ଏବଂ   ଅନେକ ବର୍ଷଧରି କରିଆସୁଥିବା ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ  ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି l ୨୦୦୧ ମସିହା ଠାରୁ ସେ ଭାରତ ସରକାରଙ୍କ ଇକୋ କ୍ଲବ କାର୍ଯ୍ୟକ୍ରମ ର  ମୁଖ୍ୟ ପ୍ରଶିକ୍ଷକ ରୂପେ କାର୍ଯ୍ୟ କରି ଆସୁଚନ୍ତି l ନିକଟରେ ସେ ଗଚ୍ଛ ସୁରକ୍ଷାପାଇଁ ଏକ ବିଶ୍ଵ ରେକର୍ଡ ସୃଷ୍ଟି କରିଥିଲେ l ସେ ଦୁଇ ଥର ପ୍ରକୃତି ବନ୍ଧୁ, ଥରେ ପ୍ରକୃତି ମିତ୍ର, ବିଜୁପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ରେ  ସମ୍ମାନିତ ହେବା ସହ ଅନେକ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି l ଏହି ବିରଳ ସଫଳତା ପାଇଁ ତାଙ୍କୁ  ବୌଦ୍ଧ ଜିଲ୍ଲାପାଳ, ଉପଜିଲ୍ଲାପାଳ ,ବୌଦ୍ଧ ବନଖଣ୍ଡ ଅଧିକାରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ଇତ୍ଯାଦି ଶୁଭେଚ୍ଛା ଜ୍ଞାପନ କରିଛନ୍ତି l ଏଥିପାଇଁ ତାଙ୍କର ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଇକୋ କ୍ଲବ ଶିକ୍ଷକ ମହଲରେ ଆନନ୍ଦ ଖେଳିଯାଇଛି l
Previous Post Next Post

ADS