ବୌଦ୍ଧ: ଜିଲ୍ଲା ଦହ୍ୟା ସ୍ଥିତ ସ୍ୱେଛାସେଵୀ ସଂଗଠନ ସତ୍ୟଶିଖା ଅନୁକୂଲ୍ୟରେ କସୁରବନ୍ଧ ପଞ୍ଚାୟତ ଅନ୍ତର୍ଗତ ଭାଳୁପାବିଲି ଶିବ ମନ୍ଦିର ପରିସରରେ ଶିକ୍ଷା ମହାସଭା ଗଠନ ନିମନ୍ତେ ଏକ ଆଲୋଚନା ଚକ୍ର ସତ୍ୟଶିଖା ର ସମ୍ପାଦକ ଝସକେତନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ଯୋଗ ଦେଲେ ସତ୍ୟଶିଖା ତରଫରୁ ଶିକ୍ଷା ର ବିକାଶ ପାଇଁ ନିଆଯାଇଥିବା ପଦକ୍ଷପ ଗୁଡିକୁ ପ୍ରଶଂସା କରିବା ସହିତ 40 ଜଣ ପିଲାଙ୍କୁ ବିନା ଖର୍ଚ୍ଚରେ କଣ୍ଡେଇ ତିଆରି ଏବଂ କଣ୍ଡେଇ ମାଧ୍ୟମରେ ଶିକ୍ଷାଦାନ ସମ୍ବନ୍ଧୀୟ ତାଲିମ ଯୋଗାଇ ଦେବା ପାଇଁ ମତ ପ୍ରକାଶ କରିଥିଲେ I ଅନ୍ୟତମ ଅତିଥି ଭାବରେ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଶରତ କୁମାର ପ୍ରଧାନ ଆଜିର ଶିଶୁ ହିଁ ଦେଶର ଭବିଷ୍ୟତ ଏବଂ ଶିଶୁ ମାନଙ୍କର ବିକାଶ ପାଇଁ ଅଧିକ ରୁ ଅଧିକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଉଚିତ ବୋଲି ପ୍ରକାଶ କରିଥିଲେ I ଏହି ଅବସରରେ ଶିଶୁମାନଙ୍କ ବିକାଶ ପାଇଁ ଏକ ସ୍ୱତନ୍ତ୍ର ଶିଶୁ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବା ସମ୍ବନ୍ଧରେ ସତ୍ୟଶିଖାର ସମ୍ପାଦକ ଶ୍ରୀ ନାୟକ ପ୍ରକାଶ କରିଥିଲେ I ବିଭିନ୍ନ ଗ୍ରାମ ପଞ୍ଚାୟତର 40 ଟି ଗ୍ରାମର ଶିକ୍ଷ୍ୟା ବିକାଶ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କୁ ନେଇ ଶିକ୍ଷ୍ୟ ମହାସଭା ଗଠନ କରିବା ପାଇଁ ଉକ୍ତ ସଭାରେ ଶ୍ରୀ ନାୟକଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଥିଲା I ସତ୍ୟଶିଖା ସଂଗଠନ ର ପ୍ରତ୍ୟକ୍ଷ ଦାଇତ୍ୱରେ ଶିକ୍ଷା ମହାସଭାର ସହଯୋଗରେ 3 ବର୍ଷ ବୟସ ଠାରୁ 3 ୟ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ସର୍ବଶେଷ୍ଠ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ 40 ଟି ଗ୍ରାମରେ ଶିଶୁ ସଂସ୍କାର କେନ୍ଦ୍ର ସ୍ଥାପନ କରିବା ପାଇଁ ସ୍ଥିର କରାଯାଇଛି I ଏଥି ପାଇଁ 40 ଟି ଗ୍ରାମ ର 40 ଜଣ ସ୍ୱଚ୍ଛାସେବିଙ୍କୁ ତାଲିମ ଦେବା ପାଇଁ ନିଷ୍ପତି ନିଆଯାଇଛି I ଏଥିରେ ଆଶିଷ ଘିବିଲା ,ସିକୁନ ମିଶ୍ର,ଅଜିତ ଖମାରି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ଶେଷରେ ଅନୁଷ୍ଠାନ ର ସଦସ୍ୟ ସୀତାକାନ୍ତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
Tags
Odisha Latest News