ଫୁଲବାଣୀ(ବୈଦ୍ୟନାଥ ନାଏକ): ରଜ ଓଡ଼ିଶାର ଗଣ ପର୍ବ । ପୁର ପଲ୍ଲୀ ଗାଁ ରୁ ସହର ସବୁଠାରେ ରଜ ପର୍ବ ପାଳନ ଅତି ଧୁମଧାମରେ ହୋଇଥାଏ। ସେହିପରି କନ୍ଧମାଳ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ରଜ ପର୍ବ ପାଳନ କରାଯାଇଥିବା ବେଳେ ଫୁଲବାଣୀ ସହର ର ଅତି ପୁରାତନ ନୃତ୍ୟ ସଙ୍ଗୀତ କଳାରେ ନିପୁଣ ସାଂସ୍କୃତିକ ଶିକ୍ଷା ଅନୁଷ୍ଠାନ ଡ୍ୟାନ୍ସ ଏକାଡେମୀ ଫୁଲବାଣୀ ପକ୍ଷରୁ ୨୩ ତମ ବାର୍ଷିକ ଉତ୍ସବ ୨୦୨୩ ବହୁ ଆଡ଼ମ୍ବରରେ ରଜ ଉତ୍ସବ ରଜ ମଉଜ କାର୍ଯ୍ୟକ୍ରମ ସ୍ଥାନୀୟ ଫୁଲବାଣୀ ପୋୖର ପରିଷଦ ବିଜୁ କଲ୍ୟାଣ ମଣ୍ଡପ ଠାରେ ଡ୍ୟାନ୍ସଏକାଡେମୀ ଫୁଲବାଣୀ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଏ. ସରୋଜ ପାତ୍ର ସନ୍ତୋଷ ଭାଇ ଙ୍କର ବଳିଷ୍ଠ ଉଦ୍ୟମ ରେ ପାଳନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୋୖର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଅନାଥ ଚରଣ ସ୍ବାଇଁ,ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଅକ୍ଷୟ ସେଠୀ,
ଅନୁଷ୍ଠାନ ର ସଭାପତି ଭାଗବତ ବେହେରା,ସମ୍ପାଦିକା ସ୍ୱର୍ଣ୍ଣପ୍ରଭା ତ୍ରିପାଠୀ, ପବ୍ଲିକ ପ୍ରସ୍ୟୁକୁଟର ରଶ୍ମିରେଖା ମହାପାତ୍ର, ଉପଦେଷ୍ଟା ଆଇନଜୀବୀ ସତ୍ୟନାରାୟଣ ବେହେରା ପ୍ରମୁଖ ମଞ୍ଚାସିନ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ସମ୍ପାଦନା ସୋରାଜ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନ ପକ୍ଷରୁ ସମସ୍ତ ଦର୍ଶକ ଙ୍କୁ ରଜପାନ ଏବଂ ପିଠା ବଣ୍ଟନ କରାଯାଇଥିଲା। ଅନୁଷ୍ଠାନ ର ସୁନାମଧନ୍ୟ କଳାକାର ଯେଉଁ କଳାକାର ମାନେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ନିଜର କଳା ପ୍ରଦର୍ଶନ କରି ଖ୍ୟାତି ଅର୍ଜନ କରିଥିବା କଳାକାର ମାନଙ୍କ ଦ୍ୱାରା ନୃତ୍ୟ ବିଚିତ୍ରା ରୋଜ ଦୋଳି ଗୀତ ନୃତ୍ୟ,ଆଧୁନିକ,ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଏବଂ ସମ୍ବଲପୁରୀ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନ ର ଅନ୍ୟ କଣ୍ଠଶିଳ୍ପୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ଦର୍ଶକଙ୍କ ର ହୃଦୟ ଜିଣିପାରିଥିଲେ। ଏହି ରଜ ମଉଜ କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ଥିଲା ଅନୁଷ୍ଠାନ ରେ ଶିକ୍ଷା ନେଉଥିବା ମମି ମାନଙ୍କ ଦ୍ୱାରା ମମି ଡ୍ୟାନ୍ସ। ଅନୁଷ୍ଠାନ ର ନୃତ୍ୟ ଶିକ୍ଷୟତ୍ରୀ ମିସ ସୁମନ ଓ ମିସ ନିଶା ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅନୁଷ୍ଠାନ ର ସମସ୍ତ କଳାକାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କନ୍ଧମାଳ ଗୌରବ ଅସିତ ନନ୍ଦ ସୁନାମ ଧନ୍ୟ କଣ୍ଠଶିଳ୍ପୀ କଣ୍ଠଦାନ କରିଥିବା ଯୋଗାଣ ବିଭାଗ ଅଧିକାରୀ ଅନାଥ ଚରଣ ସ୍ବାଇଁ ଙ୍କ ଦ୍ଵାରା ରଚିତ ମୋ ପୀୟସୀ ଗୀତ ବିଧାୟକ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ପରିବେଷଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଫୁଲବାଣୀ ପୋୖର ପରିଷଦ ପକ୍ଷରୁ ସହଯୋଗ ମିଳିଥିବା ବେଳେ ଶିକ୍ଷାର୍ଥୀ ଅବିଭାବକ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।