କଣ୍ଟାମାଳ: ଜିଲ୍ଲା ପ୍ରଶାସନ ବୌଦ୍ଧ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ବୌଦ୍ଧ ପକ୍ଷରୁ ସୋମବାର ଅପରାହ୍ନରେ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ପରିସରରେ ନିର୍ମାଣ ଶ୍ରମିକମାନଙ୍କ ଏକ ସ୍ଵତନ୍ତ୍ର ସହାୟତା ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଶ୍ରମ ଅଧିକାରୀ ବୌଦ୍ଧ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଶିବିରରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ବୌଦ୍ଧ ସତ୍ୟ ରଞ୍ଜନ ସାହୁ, ଶଙ୍କର୍ଷଣ ପ୍ରଧାନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତି ସୁମିତ୍ରା ସାହୁ ଓ ପଦ୍ମାଳୟା ପ୍ରଧାନ, ଜିଲ୍ଲା ଜଳ ଓ ପରିମଳ ବିଭାଗ ର ସୂପରିଟ୍ଟେଣ୍ଡିଂ ଇଞ୍ଜିନିୟର ବିଭୁ ପ୍ରସାଦ ପଣ୍ଡା, ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତlକାନ୍ତି ବଳିଆର ସିଂହ, କଣ୍ଟାମାଳ ବିଡ଼ିଓ କଳlକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ମାଧ୍ୟମରେ ସରକାର ପ୍ରଦାନ କରୁଥିବା ବିଭିନ୍ନ ପ୍ରକାର ସହାୟତା ସଂମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଉକ୍ତ ଶିବିରରେ ଆଜି ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ପ୍ରକାର ଯୋଜନା ମlଧ୍ୟମରେ ମୋଟ୍ ୬୦,୧୫୩ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କ ମଧ୍ୟରୁ ୬୧୭ଜଣଙ୍କୁ ୩କୋଟି ୪ଲକ୍ଷ ୭୫ହଜାର ଟଙ୍କାର ବିବାହ ସହାୟତା, ୯ଜଣଙ୍କୁ ୧୮ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ ସହାୟତା ଓ ୮ଜଣଙ୍କୁ ୪୦ଲକ୍ଷ ଟଙ୍କାର ଅନ୍ତେଷ୍ଠୀକ୍ରିୟା ସହାୟତ ରାଶି ପ୍ରଦାନ କରାଯାଇଥିଲା l ସେହିପରି ୨୦ଜଣଙ୍କୁ ଶ୍ରମ କାର୍ଡ ବା ପରିଚୟ ପତ୍ର ପ୍ରଦାନ କରିଛନ୍ତି l ଏହି ଅବସରରେ ସ୍ୱତନ୍ତ୍ର ଭାବେ ନବୀକରଣ କରାଯାଇଥିବା ପଞ୍ଚାୟତ ସମିତି ସଭାଗୃହ ର ଶୁଭ ଉଦଘାଟନ ବିଧାୟକ ମହିଧର ରଣା ଙ୍କ କରକମଳ ରେ ଉଦ୍ଘାଟିତ ହୋଇଯାଇଛି l ଏହି ଅବସରରେ ଜିଲାପାଳ ଶ୍ରୀ ସାହୁ ମନମୁଣ୍ଡା ମାର୍କେଟ କମ୍ପ୍ଲେକ୍ସ, ମନମୁଣ୍ଡା ବସଷ୍ଟାଣ୍ଡ, ବସ ଷ୍ଟପ୍, ବୁଦ୍ଧ ପାର୍କ ଆଦି ବୁଲି ଦେଖିଥିଲେ ।