ଫୁଲବାଣୀ(ବୈଦ୍ୟନାଥ ନାଏକ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ସ୍ଥିତ ଜିରିଙ୍ଗିପଡା ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ନାଥ ଠାକୁର ଙ୍କର ମନ୍ଦିର ଠାରୁ ଆଜି ପ୍ରଥମ ଥର ସେହି ଜିରିଙ୍ଗିପଡା ଅଞ୍ଚଳ ର କୁନି କୁନି ପିଲା ଙ୍କର ଉଦ୍ୟମ କ୍ରମେ ରଥଯାତ୍ରା ପାଳନ ହୋଇଛି। ଗ୍ରାମର ଏହି କୁନି କୁନି ପିଲାମାନେ ଦୁଇ ମାସ ପୂର୍ବରୁ ନିଜ ନିଜ ଟିଫିନ ଖର୍ଚ୍ଚ କୁ ସଞ୍ଚୟ କରି ରଥ ନିର୍ମାଣ କରିଥିଲେ। ରଥ ନିର୍ମାଣ ନିମନ୍ତେ ସ୍ୱେଚ୍ଛାସେବୀ ଅଶ୍ୱିନୀ କୁମାର ନାୟକ
(ଟୁଟନ ଭାଇ), ଆଶୁ ଭାଇ ,ପିଙ୍କି ଭଉଣୀ ଙ୍କର ସମ୍ପୁର୍ଣ୍ଣ ସହଯୋଗ ରେ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଉଦ୍ୟମ କରି ମାନବ,ରଚୁ,ଜୁନିୟର,ଜାନ, ଗଲୁ,ଗୁଡୁଲୁ, ବୁବୁ, ପୀୟୂସ,ଅଂଶୁ,ଅନମଲ,ପ୍ରତୀକ, ଫାତୁ, ଜୀବନ,ହନୀ,ସମସ୍ତ କୁନି କୁନି ପିଲାମାନେ ରଥଯାତ୍ରା ପାଳନ କରିବା ରେ ସଫଳ ହୋଇଛନ୍ତି। ଏହି କୁନି କୁନି ପିଲାଙ୍କର ଠାକୁର ପ୍ରତି ଭକ୍ତି ଭାବ ଦେଖି ରଥଯାତ୍ରା ପାଳନ ଉତ୍ସାହ ଯୋଗୁଁ ଏହି କୁନି କୁନି ପିଲା ଙ୍କ ପ୍ରତି ଶୁଭେଚ୍ଛା ର ସୁଅ ଛୁଟୁଛି। ଶୁଭେଚ୍ଛୁ ମାନେ ଏହି କୁନି କୁନି ପିଲା ଙ୍କ ପ୍ରତି କାଳିଆ ବଳିଆ ସୁଭଦ୍ରାଙ୍କ ର ଆଶୀର୍ବାଦ କାମନା କରିଛନ୍ତି। ଏହି କୁନି କୁନି ଭକ୍ତମାନେ ଜୟ ଜଗନ୍ନାଥ ଧ୍ୱନି ସହ ରେ କାଳିଆ ଆମ କୁନି ରଥକୁ ଚାଲିଆ ବୋଲି କହୁଥିବା ଧ୍ୱନି ରେ ପ୍ରକମ୍ପିତ ହେଉଥିଲା ।