Ads

ବୌଦ୍ଧ: ବୁଟୁପାଲିସ୍ଥିତ ହାଇସ୍କୁଲ ପଡ଼ିଆରେ ଯୋଗ ମହୋତ୍ସବ ସମିତି ବୌଦ୍ଧ ତରଫରୁ ବିଶ୍ଵ ଯୋଗ ଦିବସ ପାଳିତ ହୋଇ ଯାଇଛି। ଜିଲ୍ଲା ସଂଯୋଜକ ବିଜୟ କୁମାର ସାହୁ ଙ୍କ ସଂଯୋଜନାରେ ଓ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଙ୍କ ସହଯୋଗରେ ଯୋଗ ପ୍ରୋଟୋକଲ ରେ ଥିବା ସମସ୍ତ ଆସନ ପ୍ରାଣାୟାମ ସମସ୍ତ ପ୍ରତିଭାଗି ଅଭ୍ୟାସ କରିଥିଲେ। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡମ୍ବରୁ ଧର ଭୋଇ,ଜିଲ୍ଲା ସଂଘଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଅତିଥି ଭାବେ ଯୋଗ ଦେଇ ଯୋଗାଭ୍ୟାସ କରି ନିଜେ ନିରୋଗ ରହିବା ସହିତ ସମାଜକୁ ସୁସ୍ଥ ରଖି ଭାରତ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଛାତ୍ର ଛାତ୍ରୀ,ମହିଳା , ପ୍ରବୃଦ୍ଧ ବ୍ୟକ୍ତିବିଶେଷ ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ର ସଫଳତା ଦୃଷ୍ଟିରୁ ନିରଞ୍ଜନ ମେହେର, ସତ୍ୟାନନ୍ଦ ପାଣ୍ଡେ, ନିରଞ୍ଜନ ଦାନୀ, ରଘୁନାଥ ଷଡଙ୍ଗୀ, ଅନ୍ତର୍ଯ୍ୟାମୀ ନାୟକ, ସୁବର୍ଣ୍ଣ। ନାୟକ, ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପ୍ରକାଶ ଥାଉକି ଯୋଗ ମହୋତ୍ସବ ସମିତି ଆନୁକୁଲ୍ୟରେ ସାରା ଜିଲ୍ଲା ର ବିଭିନ୍ନ ସ୍ଥାନରେ ଯୋଗ ଦିବସ କୁ ମହାସମାରୋହରେ ପାଳନ କରା ଯାଇଛି ।
Previous Post Next Post

ADS