Ads

ନୂଆପଡ଼ା(ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ଅନ୍ତର୍ଗତ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ମାନଙ୍କରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କ୍ରମରେ ସିନାପାଲି ଗାୟତ୍ରୀ ଶକ୍ତିପୀଠ ପରିସରରେ ବୁଧବାର ତହସିଲ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।  ପତଞ୍ଜଳି ଯୋଗ ସମିତି ତରଫରୁ ଆୟୋଜିତ ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ବିଡ଼ିଓ ସର୍ବେଶ୍ୱର ଜାଲ ଯୋଗଦେଇ ଥିଲେ । ତହସିଲ ପ୍ରଭାରୀ ହୃଷିକେଶ ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଯୋଗ ଦିବସରେ ପ୍ରଶିକ୍ଷକ ତ୍ରିନାଥ ମେହେର ଯୋଗ ଶିକ୍ଷା ଦେଇଥିଲେ । ପ୍ରାରମ୍ଭରେ ସମିତିର ସଂପାଦକ ନବୀନ ଚଂଦ୍ର ମେହେର ସମସ୍ତଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ଯକ୍ରମ ଆୟୋଜନରେ ସ୍ଥାନୀୟ  ଦୀବ୍ଯମ ଟିଭିଏସ୍ ସୋରୁମ୍ ର ମାଲିକ୍ କ୍ଷିରସିନ୍ଧୁ ମେହେର ସହଯୋଗ କରିଥିଲେ । କାର୍ଯ୍ଯକ୍ରମରେ ତୁଳସୀରାମ ମେହେର, ସୁରେଶ ପଟେଲ, ତ୍ରିନାଥ ମେହେର, ତରୁଣ କୁମାର ମେହେର, ମୋହନ ଦାସ, ଅରିଗଞ୍ଜନ ଯୋଷୀ, ହୀରାଲାଲ ଅଗ୍ରୱାଲ, ଋଷଭ ମେହେର, ଦିନେଶ ମେହେର, ରାଜେଶ ଅଗ୍ରୱାଲ, ନରେଶ ମାଝୀ, ଲୋଚନ ମେହେର, ଧବଲେଶ୍ୱର ମେହେର, ଶ୍ରବଣ ଯୋଷୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସୁବ୍ରତ ଠାକୁର ଧନ୍ଯବାଦ ଦେଇଥିଲେ । ସେହିପରି ସିନାପାଲି ରାଜଶ୍ରୀ ପବ୍ଲିକ ସ୍କୁଲରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶିକ୍ଷାବିତ ସତ୍ୟବ୍ରତ ଗହୀର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଯୋଗସନ ଓ ପ୍ରଣାୟମ ର ଉପକରିତା ବିଷୟରେ ଛାତ୍ରଛାତ୍ରୀ ଙ୍କୁ ଧାରଣ ଦେଇଥିଲେ। ବିଦ୍ୟାଳୟ ପରିଚାଳକ ରାଜେଶ ଅଗ୍ରୱାଲ ଯୋଗାସନ ଅଭ୍ୟାସ କରାଇଥିଲେ। ଅଧ୍ୟକ୍ଷ ଭଗବାନ ହଂସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ସୁଷମା ଭଉଣୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେହିଭଳି ସିନାପାଲି ବ୍ଲକର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିବା ଜଣାପଡ଼ିଛି ।
Previous Post Next Post

ADS