Ads

ନୂଆପଡା(ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ତା ଗ୍ରାମ ପଂଚାୟତ କାର୍ୟାଳୟ ଠାରେ ନୂଆପଡା, ଲିଟିଗୁଡା ଓ ଭରୁଆମୁଣ୍ତା ପଂଚାୟତ କୁ ନେଇ ନବ ଗଠିତ ପ୍ରାଥମିକ କୃଷି ସମବାୟ ସମିତି ଶୁଭ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ସମାରୋହରେ ମୁଖ୍ଯ ଅତିଥି ଭାବେ ସିନାପାଲି ବ୍ଲକ ଉପାଧ୍ୟକ୍ଷା ମିନା ଘିଭେଲା ଯୋଗଦାନ କରି ଶୁଭ ଉଦଘାଟନ କରିଥିବା ବେଲେ ସମ୍ମାନିତ ଅତିଥି ଭାବେ ଘଣ୍ଟିଗୁଡା ଗ୍ରାମ ପଂଚାୟତ ସରପଂଚ ତଥା ସିନାପାଲି ସରପଂଚ ସଂଘ ସଭାପତି ଖୁଟୁରାମ ସୁନାନୀ, ଭରୁଆମୁଣ୍ତା ସରପଂଚ ବିରଂଚି ଜଗତ, ଲିଟିଗୁଡା ସରପଂଚ ରଶ୍ମିତା ଚିନାଗୁନ, ନୂଆପଡା ସରପଂଚ ପୂର୍ଣ୍ଣମୀ ମାଝି, ଭରୁଆମୁଣ୍ତା  ସମିତିସଭ୍ୟ ଲୋକେଶ ମାଝି, ବଦନ ତାଣ୍ତି, ଲିଙ୍ଗରାଜ ଘିଭେଲା, ନନ୍ଦଲାଲ ବାଗ ପ୍ରମୁଖ ମଂଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ  କୋଦଣ୍ଡ ରାଉତରାୟ ଅତିଥି ପରିଚୟ କରି ସ୍ୱାଗତ ଭାଷଣ ଦେଇଥିବା ବେଲେ ସମିତି ସମ୍ପାଦକ  ଭିମରାଜ ତାଣ୍ତି ମଞ୍ଚ ପରିଚାଳନା କରିଥିଲେ। ସର୍ବପ୍ରଥମେ ମଂଚାସିନ ଅତିଥି  ମାଁ ଲକ୍ଷ୍ମୀ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଦିପ ପ୍ରଜଲନ କରି  ସମବାୟ ସମିତି ଓ ଚାଷୀ ଙ୍କୁ ନେଇ ନିଜନିଜ ବକ୍ତବ୍ଯ ପ୍ରଦାନ କରିଥିଲେ। ଏହି ପ୍ରାଥମିକ କୃଷି ସମବାୟ ସମିତି ର ସଭାପତି ଭାବେ ହରିପ୍ରିୟା ବାଗ ଓ ସମ୍ପାଦକ  ଭିମରାଜ ତାଣ୍ତି କୁ ଉତ୍ସାହ କରି ସକ୍ରିୟ ଭାବେ ଦାୟିତ୍ୱ ନିର୍ବାହ କରିବା କୁ ପରାମର୍ଶ ଦିଆଯାଇଥିଲା। ସମିତିର ଉପଦେଷ୍ଟା ବଦନ ତାଣ୍ଡିଙ୍କୁ ସମିତି ଗଠନ ପ୍ରକ୍ରିୟାରେ ତାଙ୍କ  ଉଦ୍ୟମ ଓ ସହଯୋଗ ପାଇଁ ଭୁରୀଭୁରୀ ପ୍ରସଂଶା କରାଯାଇଥିଲା।  କାର୍ଯ୍ୟକ୍ରମରେ ସମିତିର ସମସ୍ତ ସଭ୍ୟ ସଭ୍ୟା ଙ୍କ ସମେତ ଶତାଧିକ ଚାଷୀ ତଥା ଜନସାଧାରଣ ଉପସ୍ଥିତ ଥିଲେ। ଶେଷରେ ନନ୍ଦଲାଲ ବାଗ ଧନ୍ଯବାଦ ଅର୍ପଣ କରିଥିଲେ।
Previous Post Next Post

ADS