ଫୁଲବାଣୀ(ବୈଦ୍ୟନାଥ ନାଏକ): ରାଜ୍ୟ ସରକାରଙ୍କ ର ବିଭିନ୍ନ ଦପ୍ତରରେ ସ୍ୱଳ୍ପ ଦରମା ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ସ୍ଥାୟୀ ନିଯୁକ୍ତି ପାଇଁ ରାଜ୍ୟ ମହାସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏବଂ ମାନ୍ୟବର ମୁଖ୍ୟ ଶାସନ ସଚିବ ଙ୍କୁ ବାରମ୍ବାର ନିବେଦନ କରି ସୁଫଳ ନମିଳିବାରୁ ୫୦ ହଜାର ରୁ ଉର୍ଦ୍ଧ୍ବ କର୍ମଚାରୀ ତା ୨୬/୧୧/୨୨ ରିଖରେ ଯୋଗ ଦେଇ ରାଜଧାନୀ ଭୁବନେଶ୍ବର ଗାନ୍ଧୀ ମାର୍ଗଠାରେ ବୃହତ ଗଣ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ଏହି ବୃହତ ଗଣ ଆନ୍ଦୋଳନ ଯୋଗୁଁ ସରକାର କର୍ମକର୍ତ୍ତା ଙ୍କୁ ଡାକି ଆଲୋଚନା କରି ଏକ ମାସ ସମୟ ମାଗିଥିଲେ କିନ୍ତୁ କିଛି ସୁଫଳ ମିଳିନଥିଲା।ଏହାର ପ୍ରତିବାଦ ରେ ଆଉଟସୋର୍ସିଙ୍ଗ କର୍ମଚାରୀ ସମୂହ ରାଜ୍ୟରେ ଓ ପ୍ରତିଜିଲ୍ଲା ରେ ମାର୍ଚ୍ଚ ୧୫ରୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ କାଳାବ୍ୟାଚ ପରିଧାନ କରିଥିଲେ। ମାର୍ଚ୍ଚ ୨୫,୨୬,୨୭, ରେ ପୁନଃବାର ଗାନ୍ଧୀ ମାର୍ଗଠାରେ ଆନ୍ଦୋଳନ କରିଥିଲେ। ମାର୍ଚ୍ଚ ୨୭ ତାରିଖରେ ଏକ ପ୍ରତିନିଧି ଦଳ କୁ ଡାକି ଉନ୍ନୟନ କମିଶନ ର ପୂର୍ବ ପରି ଆଲୋଚନା କରି ମାସକ ମଧ୍ୟରେ ସମସ୍ୟା ର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଏହା ମଧ୍ୟରେ ତିନିମାସ ବିତିଯାଇଥିଲା । ଦୁଇ ଦୁଇ ଥର ରାଜ୍ୟ ସ୍ତରୀୟ ଆନ୍ଦୋଳନ ମାଧ୍ୟମରେ ଆଉଟସୋର୍ସିଙ୍ଗ କର୍ମଚାରୀ ସ୍ଥାୟୀ ନିଯୁକ୍ତି ଦାବି କୁ ନେଇ ସରକାର ଙ୍କର ଦୃଷ୍ଟି କୁ ଆଣିଥିଲେ ମଧ୍ୟ ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ଦେଇ ଏ ପର୍ଯ୍ୟନ୍ତ ଦାବି କୁ ପୂରଣ ନକରି ଦିନ ଗଡାଇ ଚାଲିଛନ୍ତି । ସମସ୍ୟା ର ସମାଧାନ ହୋଇନଥିବା ହେତୁ କର୍ମଚାରୀ ମାନେ ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ ସମସ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ଧାରଣା ଦେଇଥିଲେ। ତା ୨୩ /୬/୨୦୨୩ ଶୁକ୍ରବାର ଦିନ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ରାଜ୍ୟ ଶାଖା ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ଜିଲ୍ଲା ସଙ୍ଗଠନ ର ସଭାନେତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା ଙ୍କ ନେତୃତ୍ୱରେ ଫୁଲବାଣୀ ସ୍ଥାନୀୟ ମାଦିକୁନ୍ଦା ଛକରୁ ଏକ ରାଲି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି କନ୍ଧମାଳ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଞ୍ଚି ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେଠାରେ ସରକାରୀ ବିରୋଧୀ ସ୍ଲୋଗାନ ଦେଇ ଆନ୍ଦୋଳନ କରାଯାଇଥିଲା ଓ ଜିଲ୍ଲା ସଭାପତି ବିଜୟଲକ୍ଷ୍ମୀ ପଣ୍ଡା ଙ୍କର ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟ ଶାଖା ର ଯୁଗ୍ମ ସମ୍ପାଦକ ତଥା ଆବାହକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡା,ଜିଲ୍ଲା ସଙ୍ଘ ସାଧାରଣ ସମ୍ପାଦକ ଜିତେନ୍ଦ୍ର ମାର୍ଥା ସରକାର ଙ୍କର ଏଭଳି କର୍ମଚାରୀ ମାରଣ ନିତି ନିନ୍ଦା କରିବା ସହ ଆଉଟସର୍ସିଙ୍ଗ କର୍ମଚାରୀ ଙ୍କ ଦାବୀ ପ୍ରତି ସରକାର ଙ୍କର ବ୍ୟବସ୍ଥା ବିଫଳ ବୋଲି କହିଥିଲେ। ତତ ସହିତ । ଯଦି ଏକ ସପ୍ତାହ ମଧ୍ୟରେ ଆମ ଦାବି ପୂରଣ ନହୁଏ ଆସନ୍ତା ମାସରେ କାର୍ଯ୍ୟ ବନ୍ଦ ସହିତ ଆନ୍ଦୋଳନ କୁ ବ୍ୟାପକ କରାଯିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ବାସଭବନ ଘେରାଉ କରିବା ପାଇଁ ବାଧ୍ୟ ହେବୁ ବୋଲି ସରକାର ଙ୍କୁ ଚେତାବନୀ ଦେଇଥିଲେ। ଉକ୍ତ ଆନ୍ଦୋଳନ ରେ ଆନ୍ଦୋଳନ ରେ ବରିଷ୍ଠ ଆଇନଜୀବୀ ତଥା ଜାଗ୍ରତ କନ୍ଧମାଳ ସମ୍ପାଦକ ସତ୍ୟନାରାୟଣ ବେହେରା ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ କର୍ମଚାରୀ ମାନଙ୍କର ସ୍ଥାୟୀ ନିଯୁକ୍ତି ଦାବୀ ଯୁକ୍ତି ସଂଗତ । ତୁରନ୍ତ ସରକାର ପୂରଣ କରି ସେମାନଙ୍କୁ ସୁବିଧା ଦେବା ନିମନ୍ତେ ଜାଗ୍ରତ କନ୍ଧମାଳ ଦାବୀ କରିବା ସହ ସମର୍ଥନ ରହିଛି ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ କର୍ମକର୍ତ୍ତା ଙ୍କ ସହ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ ଓ ଫୁଲବାଣୀ ମୁନିସିପାଲିଟି ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।
ଆଉଟସର୍ସିଙ୍ଗ କର୍ମଚାରୀଙ୍କ ଚେତାବନୀ,ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ସଂଘ
newodishatv.co.in
Tags
Odisha Latest News