Ads

ନୂଆପଡ଼ା (ଜଗନ୍ନାଥ ସାଗର): ଜିଲ୍ଲା ବରଗାଁ ଓ ସିନାପାଲି ଜଗନ୍ନାଥ ମନ୍ଦିର ତରଫରୁ ପବିତ୍ର ହେରାପଂଚମୀ ନୀତି ଶନିବାର ପାଳିତ ହୋଇଛି । ବରଗାଁ ଜଗନ୍ନାଥ ମନ୍ଦିର ଠାରୁ ଏକ ସୁସଜ୍ଜିତ ରଥରେ ମାଁ ଲକ୍ଷ୍ମୀ  ଗୁଣ୍ତିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ମାଁ ଲକ୍ଷ୍ମୀଙ୍କ ବନ୍ଧାପନା ପରେ ଆଡ଼ପ ମଣ୍ତପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ଏହା ପରେ ପ୍ରଭୁଙ୍କ ଉପରେ ଅସନ୍ତୁଷ୍ଟ ମାଁ ଲକ୍ଷ୍ମୀ ବିଧି ଅନୁଯାୟୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଥିଲେ । ଉପରୋକ୍ତ ନୀତି ସିନାପାଲି ଜଗନ୍ନାଥ ମନ୍ଦିର ଠାରେ ମଧ୍ଯ ଉତ୍ସାହର ସହ ଅନୁଷ୍ଠିତ ହୋଇଛି । ବିଧି ଅନୁଯାୟୀ ଶ୍ରୀଗୁଣ୍ତିଚା ଯାତ୍ରା ଦିନ ପ୍ରଭୁ ଜଗନ୍ନାଥ ମାତା ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡ଼ି ଦେଇ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ଘରକୁ ଆସିଥାନ୍ତି । ଏହି କାରଣରୁ ଅସନ୍ତୋଷ ମାଁ ଲକ୍ଷ୍ମୀ ହେରା ପଂଚମୀ ତିଥିରେ ନନ୍ଦିଘୋଷ ରଥ ଭାଙ୍ଗିବାର ପରମ୍ପରା ରହିଛି । ଉଭୟ ବରଗାଁ ଓ ସିନାପାଲିର ହେରାପଂଚମୀ ପର୍ବରେ ବିଶେଷ କରି ମହିଳା ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।
Previous Post Next Post

ADS