ନୂଆପଡ଼ା(ଜଗନ୍ନାଥ ସାଗର):ଜିଲ୍ଲାରେ କାର୍ଯ୍ୟରତ ସରକାରୀ ଆଉଟ ସୋସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ତେଜିବାରେ ଲାଗିଛି। ଆଜି ଆଉଟ ସୋସିଂ କର୍ମଚାରୀଙ୍କୁ ନିୟମିତକରଣ ଦାବିରେ ସଂଘ ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଥିଲା। ଆଜି ମଧ୍ୟାହ୍ନରେ ସ୍ଥାନୀୟ ମିନି
ଷ୍ଟାଡିୟମରେ ଓଡ଼ିଶା ସରକାରୀ ଆଉଟସୋସିଂ କର୍ମଚାରୀ ସଂଘର ଶତାଧିକ କର୍ମଚାରୀ ଏକତ୍ରିତ ହୋଇଥିଲେ । ସଂଘର ଉପଦେଷ୍ଟା ପ୍ରଭାସ ମହାନ୍ତ୍ରୀଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରାରେ ବାହାରି ସହର
ପରିକ୍ରମ କରି ଜିଲ୍ଲାପାଳ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଉଟସୋସିଂ କର୍ମଚାରୀଙ୍କୁ ନିୟମିତ, ପ୍ରତିମାସରେ ଗ୍ରୁପ ‘ବି’ କର୍ମଚାରୀଙ୍କୁ ୪୦ ହଜାର, ଗ୍ରୁପ ‘ସି’ କର୍ମଚାରୀଙ୍କୁ ୩୦ ହଜାର ଓ ଗ୍ରୁପ ‘ଡି’ କର୍ମଚାରୀଙ୍କୁ ୨୧ ହଜାର ଟଙ୍କା ବିଭାଗ ତରଫରୁ ସମ୍ପୃକ୍ତ ସଂସ୍ଥାକୁ ଦେଉଛନ୍ତି। ସରକାରୀ ନିୟମିତ କର୍ମଚାରୀଙ୍କଠାରୁ ଆଉଟ ସୋସିଂ
। କର୍ମଚାରୀଙ୍କୁ ଅଧିକ ଖଟାଇବା ସହ କାମ ଆଦାୟ କରୁଛନ୍ତି। ତଥାପି କମ ଦରମା ଦେଇ ସମ୍ପୃକ୍ତ କମ୍ପାନି କର୍ମଚାରୀଙ୍କୁ ଶୋଷଣ କରୁଛନ୍ତି। ଏଣୁ ବିଭାଗ ଦେଉଥିବା ଦରମା
ଅନୁସାରେ କର୍ମଚାରୀଙ୍କୁ ଦରମା ପ୍ରଦାନ, ବିଗତ ଦିନରେ ବିନା କାରଣରେ କାର୍ଯ୍ୟରୁ ବହିଷ୍କୃତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ବାର୍ଷିକ କାର୍ଯ୍ୟଦକ୍ଷତା ଅନୁସାରେ କର୍ମଚାରୀଙ୍କ ପ୍ରତିବର୍ଷ ୧୦ ପ୍ରତିଶତ ଦରମା ବୃଦ୍ଧି, ଚାକିରୀରେ ୫ ବର୍ଷରୁ ୨୦ ବର୍ଷ ବରିଷ୍ଠ କର୍ମଚାରୀଙ୍କୁ ଇନକ୍ରିମେଣ୍ଟ ସୁବିଧା ଆଦି ଦାବି କରାଯାଇଛି। ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି ସଞ୍ଜୟ ପଟ୍ଟନାୟକ, ଉପସଭାପତି ଗୌତମ
ମହାରଣା, ସାଧାରଣ ସମ୍ପାଦକ ମାନସ ରଞ୍ଜନ ଦାସ, ପ୍ରତାପ ନାଥ, ସହସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସଂଗଠନିକ ସମ୍ପାଦକ ତାପସ ମିଶ୍ର, କୋଷାଧ୍ୟକ୍ଷ ସଚିତ୍ର ଦାସ, ମଦନ
ବଲିୟାରସିଂ, ଉମା ପାଣିଗ୍ରାହୀ, ରଶ୍ମିରେଖା ଦାସ, ପ୍ରଶାନ୍ତ ମହାରଣା, ପ୍ରକାଶ ବେଦାନ୍ତ, ସେହେଜୁର ରେହମାନ, ଗୁରୁପ୍ରସାଦ ସତପଥୀ ପ୍ରମୁଖ ଉପସ୍ଥିତ ଥିଲେ।