ବୌଦ୍ଧ: ପୁରୁଣାକଟକ ଥାନା ଗଣ୍ଡାପାଜୁ ଗ୍ରାମରେ ଆଜି ସକାଳ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ କଥାକୁ ନେଇ ସ୍ବାମୀ ସ୍ତ୍ରୀ ଭିତରେ ସାମାନ୍ୟ ବଚଶାକୁ କେନ୍ଦ୍ରକରି ଗ୍ରାମର ଜଣେ ଯୁବକ ନିଜ ସ୍ତ୍ରୀ ଦୁର୍ଲଭା ନାଏକକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି । ପାଟି ଶୁଣି ପାଖ ପଡୋଶୀ ଛଡ଼ାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଲୋକଙ୍କୁ ଆକ୍ରମଣ ପାଇଁ ଟାଙ୍ଗିଆକୁ ଜୋରରେ ବୁଲାଇବା ଯୋଗୁଁ କେହି ପାଖକୁ ପଶି ପାରିନଥିଲେ l ଗ୍ରାମବାସୀଙ୍କ ଠାରୁ ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।