ଫୁଲବାଣୀ(ବୈଦ୍ୟନାଥ ନାଏକ): ଆଜି ଫୁଲବାଣୀ ରୋଟାରୀ କ୍ଳବ ପକ୍ଷରୁ ଫୁଲବାଣୀ ଜଙ୍ଗଲ ବିଭାଗ ରେଞ ସହାୟତାରେ ସାର୍ତାଗୁଡା ସ୍ଥିତ ବେଦାନ୍ତ ଆଶ୍ରମ ଠାରେ ଜଙ୍ଗଲ ସୁରକ୍ଷା ସଚେତନତା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ସକାଳ ୯ଟାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ କିସମର ବୃକ୍ଷଚାରା ରୋପଣ କରାଯାଇଛି। ଏହାର ଯତ୍ନ ନିଆଯିବ ବୋଲି ସଭାନେତ୍ରୀ ଶ୍ରୀମତୀ ବିରାଜିନୀ ମହାପାତ୍ର କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଳବ୍ ସଦସ୍ୟ ଓ ସେମାନଙ୍କ ନିକଟ ସଂପର୍କୀୟ,ସାମ୍ବାଦିକ, ସମାଜ ସେବୀ ,ପରିବେଶବିତ, ଓ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଯୋଗ ଦେଇଥିଲେ ।
ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦିକା ସୁନିତୀ ଆଚାରୀ , ବରୀଷ୍ଠ ସାମ୍ବାଦିକ ତଥା ରୋଟାରିଆନ ସୁନୀଲ ପଟ୍ଟନାୟକ, ପୂର୍ବତନ ସଭାପତି ହରିଶ୍ଚନ୍ଦ୍ର ମହାରଣା,ବିରଜା ପ୍ରସାଦନାହକ, ପ୍ରଶାନ୍ତ୍ ପାଣିଗ୍ରାହୀ, ପ୍ରସନ ପଣ୍ଡା, ଦେବେନ୍ଦ୍ର ପାତ୍ର, ରବିନାରାୟଣ ସୁବୁଦ୍ଧି, କୁନ୍ଦନ ସିଂ, ସଞ୍ଜିତ ପାତ୍ର, ସୁନୀତା ରାଣୀ ନାୟକ, ଅନୀତା ପଟ୍ଟନାୟକ , ଶୁଭ୍ରା ରାଣୀ ପଟନାୟକ,ପ୍ରକାଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।