Ads

ଗଜପତି(ସନ୍ତୋଷ କୁମାର ମହାନ୍ତି): ବିଶ୍ବରେ ଚମକିବେ ଗଜପତି ଝିଅ, ଶ୍ଵେତସ୍ଵିନୀ ଶବରଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନାଚଳିତ ବର୍ଷ ଚୀନରେ ହେବାକୁ ଥିବା ଏସୀୟ କ୍ରୀଡାରେ ଭାଗ ନେବେ ଗଜପତିର ଶ୍ବେତସ୍ବିନୀ ଶବର । ଏନେଇ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି ଗଜପତି ଜିଲ୍ଲାପାଳ ।ବିଶ୍ବରେ ଚମକିବେ ଗଜପତି ଝିଅ, ଶ୍ଵେତସ୍ଵିନୀ ଶବରଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନାଚଳିତ ବର୍ଷ ଚୀନରେ ହେବାକୁ ଥିବା ଏସୀୟ କ୍ରୀଡାରେ ଭାଗ ନେବେ ଗଜପତିର ଶ୍ବେତସ୍ବିନୀ ଶବର । ଏନେଇ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି ଗଜପତି ଜିଲ୍ଲାପାଳ ।ଏସିଆନ ଗେମ୍ସ 2023ରେ ଭାରତୀୟ ସଫ୍ଟବଲ୍ ମହିଳା ଦଳରେ ଜଣେ ମାତ୍ର ଓଡ଼ିଆ ଝିଅ ଶ୍ଵେତସ୍ବୀନି ଶବର ସ୍ଥାନ ପାଇଛନ୍ତି ।ରାଜ୍ୟ ଓ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଶ୍ଵେତସ୍ବୀନି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ତାଙ୍କୁ ସମ୍ବର୍ଦ୍ଧନା ଦେବା ସହ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଦୁର୍ଗମ ଅଞ୍ଚଳ ଗୁମ୍ମା ବ୍ଲକର ଆଦିବାସୀ ଝିଅ ଦେଶ ପାଇଁ ସଫ୍ଟବଲ୍‌ ଖେଳିବେ ।ଏଥପାଇଁ ଭାରତୀୟ 16 ଜଣିଆ ମହିଳା ଟିମରେ ସ୍ଥାନ ପାଇଛନ୍ତି ଏସିଆନ ଗେମ୍ସ ଶ୍ଵେତସ୍ବିନୀ ଭାଗ ନେବାକୁ ମନୋନୀତ ହୋଇଥିବାରୁ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ସୁଅ ଛୁଟିଛି । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ତାଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ ଦେଇ ଶୁଭେଚ୍ଛା ଜଣାଇଥିଲେ । ଅନ୍ତର୍ଜାତୀୟ ମହିଳା ସଫ୍ଟବଲ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଭାରତ ସାମିଲ ହୋଇଥିବା ବେଳେ ଭାରତୀୟ ମହିଳା ଦଳରେ ଆଦିବାସୀ ଝିଅ ଶ୍ଵେତସ୍ଵିନୀ ଶବର ସାମିଲ ହୋଇଛନ୍ତି । ଗଜପତି ଜିଲ୍ଲା ଗୁମ୍ଫାର ଜଣେ ଝିଅ ଅନ୍ତର୍ଜାତୀୟ ଦଳରେ ଭାରତ ପାଇଁ ପ୍ରତିନିଧୀତ୍ବ କରିବା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ।

ଗୁମ୍ମା ବ୍ଲକ ବଡକଳାକୋଟର ଶ୍ଵେତସ୍ଵିନୀ ଶବର ଧର୍ମେନ୍ଦ୍ର ଓ ଶାନ୍ତି ଶବରଙ୍କ ବଡ ଝିଅ । ତାଙ୍କ ନିଷ୍ଠା ଓ କଠିନ ପରିଶ୍ରମ ବଳରେ ଉଚ୍ଚ ଶିକ୍ଷା ହାସଲ କରିଥିଲେ । ସେ ଅନ୍ତର୍ଜାତୀୟ ମହିଳା ସଫ୍ଟ ବଲ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରତିନିଧୂତ୍ବ କରିବେ । ଏନେଇ ଭାରତୀୟ ସଫ୍ଟ ବଲ ସଂଘ ପକ୍ଷରୁ ତାଙ୍କ ନିକଟକୁ ପତ୍ର ଆସିବା ପରେ ସେ ଏଥ‌ିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଶ୍ଵେତସ୍ଵୀନୀଙ୍କ ଏହି ସଫଳତା ଖବର ପ୍ରଚାରିତ ହୋବାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଅନ୍ତର୍ଜାତୀୟ ମହିଳା ସଫ୍ଟବଲ୍‌ ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ପାଇଁ ସାମିଲ ହେବ । ପ୍ରଥମ ଅନ୍ତର୍ଜାତୀୟ ମହିଳା ସଫ୍ଟ ବଲ ଟିମରେ ଗଜପତି ଭଳି ଏକ ଅଞ୍ଚଳର ଜଣେ ଆଦିବାସୀ ଝିଅ ସାମିଲ ହେବା ନିଶ୍ଚିତ ଭାବେ ଜିଲ୍ଲା ପାଇଁ ଏକ ଗୌରବର କଥା । ଏହି ସଫଳତା ପାଇଁ ସେ ତାଙ୍କ ଖେଳ ଶିକ୍ଷକ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଶ୍ରେୟ ଦେବା ସହ ପିତାମାତାଙ୍କ ପ୍ରେରଣା ପାଇଁ ଏହା ହୋଇପାରିଥିବା ସେ କହିଛନ୍ତି ।
2012 ମସିହାରେ ସେ ସଫ୍ଟବଲ ପ୍ରତି ଆଗ୍ରହ ପ୍ରକାଶ କରି ଖେଳିବା ଆରମ୍ଭ କରିଥିଲେ । ଏହାପରେ ସେ 2017 ମସିହାରେ ଜୁନିୟର ସଫ୍ଟ ବଲ ବିଶ୍ଵ କପ ଟିମର ସଦସ୍ୟା ଥିଲେ । ବର୍ତ୍ତମାନ ଭାରତୀୟ ମହିଳା ସଫ୍ଟବଲ ଦଳରେ ମନୋନୀତ ହୋଇଛନ୍ତି । ଏହି ଦଳ 3ଟି ପର୍ଯ୍ୟାୟରେ ଚୟନ କରାଯାଇଥିଲା । ସାରା ଦେଶରୁ 5ଜଣ ବଛା ବଛା ଖେଳାଳୀଙ୍କୁ ନେଇ ଆରମ୍ଭ ହୋଇଥିବା ଚୟନ କ୍ୟାମ୍ପରେ ବିଭିନ୍ନ ଦିଗରୁ ପ୍ରଦର୍ଶନକୁ ଦେଖୁ 16 ଜଣିଆ ଟିମ୍ ଚୟନ କରାଯାଇଛି । ଯେଉଁଥରେ ଶ୍ଵେତାସ୍ବିନୀ ରହିଛନ୍ତି । ଶ୍ଵେତସ୍ଵିନୀଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
Previous Post Next Post

ADS