Ads

ଫୁଲବାଣୀ(ବୈଦ୍ୟନାଥ ନାଏକ): ବିଦ୍ୟୁତ୍ ସଜାଡିବା ବେଳେ ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀ ଜଣଙ୍କର ମୃତ ହୋଇଥିବା ଜଣାପଡିଛି। ମୃତ ଯୁବକ ହେଲେ ଜିତେନ୍ଦ୍ର ଦାସ ଓରଫ ରବି l ସେ ଫୁଲବାଣୀ ବିଦ୍ୟୁତ ବିଭାଗ ରେ ନିଯୁକ୍ତି ପାଇଥିଲେ। ଗତ କାଲି ରାତିରେ ବର୍ଷା ଯୋଗୁଁ ଫୁଲବାଣୀ ପୌର ପରିଷଦ ଅଧିନସ୍ଥ ଅଞ୍ଚଳ ଅର୍ଥାତ ଫୁଲବାଣୀ ସହରରେ ବିଦ୍ୟୁତ୍ ନଥିବା ବେଳେ କାମ  କରିବା ପାଇଁ କଲେଜ ଫିଡର ଫୁଲବାଣୀ ଏସ ଏମ ଅମେନ୍ସ କଲେଜ ନିକଟରେ ଥିବା  ୧୧ କେଭି  ବିଦ୍ୟୁତ ଖୁଣ୍ଟରେ  ବିଦ୍ୟୁତ୍ କାମ କରୁଥିବା ବେଳେ ହଠାତ୍ ଆକସ୍ମିକ ଭାବେ କୁଆଡେ ଜେନେଟର ରିଟର୍ଣ୍ଣ  ବିଦ୍ୟୁତ୍ ଚାର୍ଜ ହୋଇଯିବାରୁ ଜିତେନ୍ଦ୍ର ଦାସ୍ ନାମକ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ଜୀବନ ଚାଲିଗଲା ବୋଲି ସାଥି କର୍ମଚାରୀ  ମାନେ କହିଥିବା ବେଳେ କେହି ବିଦ୍ୟୁତ ଚାର୍ଜ କରିଦେବାରୁ ବିଦ୍ୟୁତ କର୍ମଚାରୀ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି l ଏହି ଘଟଣା ପରେ ଫୁଲବାଣୀ ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ କର୍ମଚାରୀ ଙ୍କର ମୃତ ଦେହ  ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ l କିନ୍ତୁ ବିଦ୍ୟୁତ୍ ବିଭାଗର କୋଣସି ଉପରିସ୍ଥ ଅଧିକାରୀ ଦେଖା ନ ଦେବାରୁ ମୃତ ପରିବାର ଓ ସ୍ଥାନୀୟ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା l ସ୍ଥାନୀୟ ଲୋକେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ,ପରିବାରକୁ ଚାକିରୀ,ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ  ଦାବି କରିବା ସହ ଫୁଲବାଣୀ ଗାନ୍ଧୀ ଛକ ଠାରେ ମଧ୍ୟରାତ୍ରୀ  ୪ ଘଣ୍ଟା କାଳ ପର୍ଯ୍ୟନ୍ତ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଆନ୍ଦୋଳନ ସ୍ଥାନରେ ପୋଲିସ , ଆଇନଜୀବୀ, ସାମ୍ବାଦିକ ପହଞ୍ଚି ଟାଟା ପାୱାର ବିଦ୍ୟୁତ କମ୍ପାନୀ ପକ୍ଷରୁ ନିର୍ଭର ଯୋଗ୍ୟ ଦାବୀ ପୂରଣ ଚୁକ୍ତିନାମା ସମ୍ପର୍କରେ କହିବା ସହିତ  ବୁଝା ଶୁଝା କରିବା ରୁ ରାସ୍ତା ରୋକ୍ ଆନ୍ଦୋଳନ ହଟିଥିଲା l ମୃତ ବିଦ୍ୟୁତ୍ କର୍ମଚାରୀ ପରିବାରର ଏକ ମାତ୍ର ସନ୍ତାନ ହୋଇଥିବା ବେଳେ ୫ ବର୍ଷ ଓ ୨ ବର୍ଷର ଦୁଇଟି ଝିଅ ଅଛନ୍ତି।ମୁତ ବିଦ୍ୟୁତ କର୍ମଚାରୀ ଅତ୍ୟନ୍ତ ମେଳାପି ଓ କର୍ମନିଷ୍ଠ ହୋଇଥିବାରୁ ସହରରେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଗତକଲି ରାତି ରେ ମେଡିକାଲ ପରିସର ଓ ଜିଲ୍ଲା ବିଦ୍ୟୁତ୍ କାର୍ଯ୍ୟାଳୟ ରେ ମଧ୍ୟ ସ୍ଥାନୀୟ ଲୋକ ବିରୋଧ ପ୍ରଦର୍ଶନ କରିଥିଲେ। ଫୁଲବାଣୀ ମେଡିକାଲରେ ମୃତକର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଫୁଲବାଣୀ ଆଦର୍ଶ ଟାଉନ ଥାନା ପୋଲିସ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା  ଫୁଲବାଣୀ ଟାଉନ ଥାନା ଅଧିକାରୀ ଅଶୋକ ଗିରି ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ଘଟଣାକୁ ନେଇ ଟାଟା ପାୱାର କମ୍ପାନୀ ପକ୍ଷରୁ ଶବ ସତ୍କାର କରିବା ନିମନ୍ତେ ୨୫ ହଜାର ଟଙ୍କା ପ୍ରଦାନ କରାଯାଥିବା ବେଳେ ଶୁଦ୍ଧି କ୍ରିୟା ପାଇଁ ୭୫ ହଜାର ଟଙ୍କା, ଇଂସୁରାନ୍ସ ବାବଦରେ ୧୫ ଲକ୍ଷ ଟଙ୍କା ସହାୟତା ରାଶି ଏବଂ ତାଙ୍କ ବିଧଭା ପତ୍ନୀ ଙ୍କୁ ବିଭାଗ ପକ୍ଷରୁ ପେନସନ ଲାଗୁ ହେବା ପର୍ଯ୍ୟନ୍ତ ଚାକିରୀ ପ୍ରଦାନ ନିମନ୍ତେ ଟାଟା ପାୱାର ପକ୍ଷରୁ ସୂଚନା ମିଳିଛି।  ବିଦ୍ୟୁତ କର୍ମଚାରୀ ଙ୍କର ଆକସ୍ମିକ ମୃତ୍ୟୁ ଯୋଗୁଁ ପରିବାର ଲୋକଙ୍କର ବୁକୁଫଟା କ୍ରନ୍ଦନ ରେ ଫୁଲବାଣୀ ମେଡ଼ିକାଲ ପରିସରରେ ଏବଂ ଫୁଲବାଣୀ ସହରରେ ଶୋକର ଛାୟା ଖେଳିଯାଇଛି।
Previous Post Next Post

ADS