Ads

ବଲାଙ୍ଗୀର: ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ତୃତୀୟ ବାର୍ଷିକ ଉତ୍ସବ ଆସନ୍ତା ୧୦ ଜୁଲାଇ ଦିନ ସ୍ଥାନୀୟ ରୟାଲ ଟୁଲିପ ହୋଟେଲ ପରିସର ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ଓ ସମନ୍ବୟ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ପ୍ରେସ କ୍ଲବ୍ ସମ୍ବଲପୁର ସଭାପତି ତ୍ରିବିକ୍ରମ ପ୍ରଧାନ, ପୂର୍ବତନ ସୈନିକ ଓ ସମାଜସେବୀ ଗିରିରାଜ୍ ସିଂ ମାଝୀ ଓ ମୁଖ୍ୟ ବକ୍ତା ଭାବେ ଶ୍ରୀ ଆଶିଷ ମିଶ୍ର ଓକିଲ ଓଡ଼ିଶା ହାଇକୋର୍ଟ ଯୋଗ ଦେବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ପ୍ରେସ କ୍ଲବ୍ ସଭାପତି ପ୍ରଭଜିତ୍ ସିଂହ ସାଲୁଜା, ସମ୍ପାଦକ ଯୁଗଳ କିଶୋର ଶବର ଜଣାଇଛନ୍ତି। ଏହି ଉତ୍ସବ ବିଶିଷ୍ଟ ଲୋକ ମାନଙ୍କୁ ସମ୍ମାନୀତ ମଧ୍ୟ କରାଯିବ । ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ସମସ୍ତ କର୍ମକର୍ତ୍ତା ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ।
Previous Post Next Post

ADS