Ads

ଗଞ୍ଜାମ(ଭଗବାନ ପାଢ଼ୀ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବେରୁଆଁବାଡ଼ି ଠାରେ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।କବିସୂର୍ଯ୍ୟନଗର ପୂର୍ଵତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀସହେବା ଭି ସୁଜ୍ଞାନ କୁମାରୀ ଦେଓଙ୍କ ଜନ୍ମଦିନ ଉପଲକ୍ଷେ ଆଜି ବେରୁଆଁବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ୨୬୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ଵାବଧାନ ରେ ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ସୁବାଷ ମହାରଣା ଉଦ୍ଧଘାଟନ କରିଥିଲେ  । ଏଥିରେ ମର୍ଦମେଖ ସରପଞ୍ଚ ପ୍ରତିନିଧି ହୃଷିକେଶ ମେହେଣା, ଘୋଡ଼ାପୋଡ଼ା ସରପଞ୍ଚ ନୃସିଂହ ପ୍ରଧାନ, ଫାସି ସରପଞ୍ଚ ଟୁନି ସାହୁ, ମଠସରସିଙ୍ଗ ସରପଞ୍ଚ ମଞ୍ଜୁଲତା ବେହେରା, ବେରୁଆଁବାଡ଼ି ସରପଞ୍ଚ ରୀନା ପାଢ଼ୀ, ଦିଗାପୋଡ଼ା ସରପଞ୍ଚ ପୁର୍ଣଚନ୍ଦ୍ର ଶତପଥୀ , ଜିଲ୍ଲା ପରିଷଦ କଲ୍ୟାଣୀ ପାତ୍ର , ବ୍ଲକ ସଭାପତି ସିମାଞ୍ଚଳ ସାମଲ , ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୃଯ୍ୟଧନ ଗୌଡ଼ ଙ୍କ ସମେତ ବହୁ ବିଜେଡି କର୍ମୀ ସହଯୋଗ କରିଥିଲେ ।
Previous Post Next Post

ADS