ବୌଦ୍ଧ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ଲାଇଭ୍ ଆଧାରରେ ଆଗାମୀ ଅଗଷ୍ଟ ୧୫ ପୁର୍ବରୁ ବିଶେଷ ଭାବରେ ଛାତ୍ର, ଯୁବକ, ଅଭିଭାବକ ମାନଙ୍କୁ ଏକ କୋଟି ଚାରା ରୋପଣ ପାଇଁ ଯେଉଁ ଆହ୍ବାନ ଦେଇଛନ୍ତି ସେହି ଆଧାରରେ କେନ୍ଦ୍ରମନ୍ତ୍ରୀ ମାନନୀୟ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦେଶ କ୍ରମେ କ୍ରମେ ଆଜି ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଯୁବନେତା ଓମ୍ ପ୍ରକାଶ ମିଶ୍ର ଙ୍କ ନେତୃତ୍ବରେ ଜିଲ୍ଲାର ବାମଣ୍ଡା ଠାରେ ୫୦ ଗୋଟି ଚାରା ରୋପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଗଲା । ଏହି କାର୍ଯ୍ୟକ୍ରମରେ ବିଜେପି ଯୁବନେତା ନାରାୟଣ କର୍ମୀ ଯୋଗଦେଇ ଆଗାମୀ ପିଢି ପାଇଁ ପରିବେଶ ସୁରକ୍ଷାର ଅଭିନବ ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଯୁବନେତା ତଥା ଇଂ ବିକାଶ ମହାକୁଡ଼ ବୃକ୍ଷ ରୋପଣ ତଥା ପରିବେଶ ସୁରକ୍ଷା ଉପରେ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ଯୁବନେତା ସୁନିଲ କ୍ଷେତି, ଆଶୁତୋଷ ପ୍ରଧାନ, ଅଶୁମାନ କର୍ମୀ, ମହେନ୍ଦ୍ର ଲୁହା , ସିକୁନ କଲତା ପ୍ରମୁଖ ସାମିଲ ଥିଲେ ।
Tags
Odisha Latest News