Ads

ଭୁବନେଶ୍ୱର:-ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର) ମହାସଂଘ ପକ୍ଷରୁ ୦୮ ଦଫା ଦାବିନେଇ ବିଧାନସଭା ଘେରିବା ପାଇଁ ଚେତାବନୀ ଦେଇଛନ୍ତି । ଗତ ଡିସେମ୍ବର ୨୦୨୨ ମସିହା ୨୭ ତାରିଖରୁ ୦୮ ଦଫା ଦାବିନେଇ ରାଜ୍ୟ ମହାସଂଘର ଡ଼ାକରାରେ ରାଜ୍ୟର ୨୨ହଜାର ଏକ୍ସକ୍ୟାଡ଼ର ଶିକ୍ଷକ ଓ ଗଣଶିକ୍ଷକ ଆନ୍ଦୋଳନ କୁ ଓଲ୍ହାଇଥିଲେ ସରକାର କେବଳ ପ୍ରତିଶୃତି ଦେଇ ସମୟ ଗଡାଇ ଚାଲିବାରୁ ପୁଣି ରାଜ୍ୟ ମହାସଙ୍ଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି ବୋଲି ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକ ପ୍ରେସ ବିବୃତିରେ କହିଛନ୍ତି ।ସରକାର ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି ବୋଲି ମହାସଂଘ ପକ୍ଷରୁ ଅଭିଯୋଗ କରିଛନ୍ତି ।ଗତ ୨୦୧୭ ମସିହାରୁ ଏକ୍ସକ୍ୟାଡ଼ର ଶିକ୍ଷକ ମାନେ ନିୟମିତ ଶିକ୍ଷକର ମାନ୍ୟତା ପାଇଥିଲେ ମଧ୍ୟ ସରକାର ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ କରୁନଥିବା ବେଳେ ଅନେକ ଗଣଶିକ୍ଷକ ନିୟମିତ ରୁ ବଂଚିତ ଯୋଗୁଁ  ମାତ୍ର ୭ହଜାର ଟଙ୍କାରେ ପରିବାର ଚଳାଉଛନ୍ତି ,ସେମାନଙ୍କୁ ତୁରନ୍ତ ନିୟମିତ କରିବା,ସମସ୍ତ ଏକ୍ସକ୍ୟାଡ଼ର ଶିକ୍ଷକ ଙ୍କୁ ଇଂକ୍ରିମେଣ୍ଟ ପ୍ରଦାନ କରିବା ସହ ଏକ୍ସକ୍ୟାଡ଼ର ଓ  ଓଟିଇଟି ଉଚ୍ଛେଦ କରିବା,ସମସ୍ତ ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ  ଆରସିଏମ,ଏମେସିପି,ଏମସିଏ ଇତ୍ୟାଦି ପ୍ରଦାନ କରିବା ସହ ରାଜ୍ୟର ଶହ, ଶହ ସଂଖ୍ୟାରେ ମୃତ୍ୟୁ ବରଣ କରିଥିବା ଏକ୍ସକ୍ୟାଡ଼ର ଓ ଗଣଶିକ୍ଷକ ପରିବାର ଙ୍କୁ ମୃତ୍ୟୁକାଳୀନ ଅର୍ଥ ପ୍ରଦାନ କରିବା ଇତ୍ୟାଦି ଦାବି ବାରମ୍ବାର କରିଆସୁଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣପାତ କରୁ ନାହାଁନ୍ତି ,ବିଭିନ୍ନ ସମୟରେ ରାଜ୍ୟ ମହାସଙ୍ଘ ପକ୍ଷରୁ ଆଲୋଚନା ,ପ୍ରତିବାଦ କରି ସରକାର ଙ୍କୁ ଜଣାଯାଇଥିଲେ ବି କେବଳ ପ୍ରତିଶୃତି ଦେଇଚାଲିଛନ୍ତି ।ଏଥର ଆଉ ପ୍ରତିଶୃତି କୁ ଶୁଣାଯିବ ନାହିଁବୋଲି ରାଜ୍ୟ ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ଖମାରୀ କହିଥିଲା ବେଳେ, ରାଜ୍ୟ ମହାସଂଘର କାର୍ଯ୍ୟକାରୀ ସଭାପତି ଜୟନ୍ତୀଲଲ ସାହୁ,ଅଲେଖ ସାହୁ,ବିଜୟ ମିଶ୍ର, ହନେସ ବାଗ,ବିଶ୍ୱରଞ୍ଜନ ଦାସ,ରାଜୀବ ଲୋଚନ ପ୍ରଧାନ,ସପ୍ତମ ବେହେରା,ପ୍ରମୋଦ ବେହେରା,ଉମେଶ ସ୍ବାଇଁ, ଆଲୋକ ରାୟ, ରଂଜୁ ଅମାତ ପ୍ରମୁଖ ମହାସଂଘର ମହାଡାକରା ରେ ରାଜଧାନୀ ମାଟି କଂପନ ହେବ ଏଥିପାଇଁ ଯାହା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସରକାର ଦାୟୀ ରହିବେ ବୋଲି କହିଛନ୍ତି ।
Previous Post Next Post

ADS