ବୌଦ୍ଧ: ଟିଭି ଦେଖି ମୋଡେଲ ହେବାକୁ ଇଚ୍ଛା ରଖିଥିବା ଝିଅ ଏବେ ଗ୍ଲୋବାଲ ମୋଡେଲ ମିସ ଇଣ୍ଡିଆ ବିଜେତା ହୋଇପାରିଛନ୍ତି। ସେ ଝିଅ ଟି ହେଉଛନ୍ତି ବୌଦ୍ଧ ଜିଲ୍ଲା ମନମୁଣ୍ଡା ର ସୁପ୍ରିୟା ମିଶ୍ର। ଦଶମ ଶ୍ରେଣୀ ରେ ପଢିଲା ଦିନଠୁଁ ସେ ଏଥିପ୍ରତି ଉଦ୍ୟମ ଆରମ୍ଭ କରିଥିଲେ। ବିଗୁଲ ଟିଭି ତରଫରୁ ୨୦୨୨ ମସିହାରେ ସୋନପୁର ରେ ଅନୁଷ୍ଠିତ ମୋଡେଲ ପ୍ରତିଯୋଗିତା ରେ ସେ ଭାଗ ନେଇ ୱିନର ହୋଇଥିଲେ।ସେହିଦିନ ଠାରୁ ତାଙ୍କ ଆଗ୍ରହ ଆହୁରି ବଢ଼ି ଯାଇଥିଲା। ଗ୍ଲୋବାଲ ମୋଡେଲ ପ୍ରତିଯୋଗିତା ରେ ଅଂଶ ଗ୍ରହଣ ପାଇଁ ସେ ଆବେଦନ କରିଥିଲେ। ଗତ ଅକ୍ଟୋବର ୨୬ ତାରିଖରେ ଭୁବନେଶ୍ଵର ଖାରବେଳନଗର ଏସ ଏସ ଷ୍ଟୁଡିଓ ରେ ଏନେଇ ଅନୁଷ୍ଠିତ ଅଡିସନ୍ ରେ ୫୦ଜଣ ପ୍ରତିଯୋଗୀ ଙ୍କ ମଧ୍ୟରୁ ସେ ବିଜେତା ହୋଇ ଫାଇନାଲ ରାଉଣ୍ଡ କୁ ଯାଇଥିଲେ। ଚଳିତ ମାସ ୨୪ତାରିଖରେ ମହାରାଷ୍ଟ୍ର ସାଙ୍ଗଲି ସହର ରେ ଫିନାଲେ ଅନୁଷ୍ଠିତ ହୋଇଥିଲା। ସାରା ଭାରତ ରୁ ମୋଟ ୪୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ସୁପ୍ରିୟା ମିଶ୍ର ଗ୍ଲୋବାଲ ମୋଡେଲ ମିସ ଇଣ୍ଡିଆ ୱିନର ହୋଇଛନ୍ତି। ବର୍ଣ୍ଣାଢ଼୍ୟ ସମାରୋହ ଓ ପ୍ରାୟ ୨ହଜାର ଲୋକଙ୍କ ସମାବେଶ ରେ ସମ୍ମାନିତ ଅତିଥି ମିଷ୍ଟର ଏଣ୍ଡ ମିସ ଗର୍ଜିଅସ ଇଣ୍ଟରନେସନାଲ ର ସଭାପତି ଡେଭିଡ ଷ୍ଟ୍ରଙ୍ଗସନ୍(ନାଇଜେରିଆ), ମିଷ୍ଟର ପିଟାଇଟ ଗ୍ଲୋବାଲ 1ମ ରନର୍ସଅପ୍ ସୁହାସ ଧୱଲେ, ୱାର୍ଲ୍ଡ ଫିଟନେସ ସୁପରମୋଡେଲ IV ୨୦୨୩ ଋଷିକେଶ ପାଟିଲ, ମିଷ୍ଟର ଗର୍ଜିଅସ ଇଣ୍ଟରନେସନାଲ ୨୦୨୩ ସିଦ୍ଧାନ୍ତ କୁମାର ବାରିକ,ମିଷ୍ଟର୍ ଏସିଆ ୨୦୨୦ସୁରଜ୍ କୁମାର ଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ମିସ ମୋଡେଲ ଇଣ୍ଡିଆ ୨୦୨୨ ସାଗରିକା ପାଣିଗ୍ରାହୀ ସୁପ୍ରିୟା ଙ୍କୁ ରୋପ୍ୟ ର ୱିନର ମୁକୁଟ ପିନ୍ଧାଇ ଥିଲେ ଏବଂ କ୍ରସ ଫିତା,କପ୍ ଓ ସମ୍ବର୍ଦ୍ଧନା ତଥା ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ବାପା ଦେବେନ୍ଦ୍ର ମିଶ୍ର ଙ୍କ ଆଶୀର୍ବାଦ ମାଁ କଲ୍ୟାଣୀ ମିଶ୍ର ଙ୍କ ବିଶେଷ ସହଯୋଗ ଓ ପ୍ରେରଣା ଏବଂ ତାଙ୍କ ମୋଡେଲ ଗୁରୁ ଙ୍କ ତାଲିମ ଏହି ବିଜୟ ପଛର ଶ୍ରେୟ ତଥା ଅବଦାନ ବୋଲି ସୁପ୍ରିୟା କହିଛନ୍ତି।ଆସନ୍ତା ମାର୍ଚ୍ଚ ୨୮ ତାରିଖରେ ନେପାଲ ରେ ହେବାକୁ ଥିବା ଗ୍ଲୋବାଲ ଓମେନ୍ ମୋଡେଲ ଇଣ୍ଟରନେସନାଲ୨୦୨୪ ରେ ଭାରତ ତରଫରୁ ସେ ଏକ ମାତ୍ର ପ୍ରତିନିଧିତ୍ଵ କରିବାକୁ ମନୋନୀତ ହୋଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଅନେକ ଅନୁଷ୍ଠାନର ମୁଖ୍ୟମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣେଇଛନ୍ତି ।
Tags
national