Ads

ବୌଦ୍ଧ:ପବିତ୍ର ଗଣତନ୍ତ୍ର ଦିବସରେ ବୌଦ ଜିଲ୍ଲା ର ସିଦ୍ଧ ହନୁମାନ ମନ୍ଦିର ଜଗତି (ଗନ୍ଧରାଡ଼ି )ଠାରେ ପ୍ରଥମ ଜିଲ୍ଲା ସ୍ତରୀୟ ଶ୍ରୀ ଲକ୍ଷ୍ମୀ ବାସୁଦେବ ବୈଦିକ ପଣ୍ଡିତ ସଂଗଠନ ର ପ୍ରଥମ ବନ୍ଧୁ ମିଳନ ପାଳନ ହେଇ ଯାଇ ଅଛି ।ଏଥିରେ ପୂର୍ବତନ ସଭାପତି ସଞ୍ଜୀବ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ନୂତନ କାର୍ଯ୍ୟକର୍ତ୍ତା ଚୟନ ପାଇଁ ପ୍ରସ୍ତାବ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଗଡ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର ଙ୍କୁ ନିମନ୍ତ୍ରଣ କରାଯାଇଥିଲା ।ଏଥି ସହ ଜିଲ୍ଲା ସ୍ତରୀୟ ନୂତନ କାର୍ଯ୍ୟକର୍ତ୍ତା ଙ୍କୁ ଚୟନ କରାଯାଇଥିଲା ।ନିର୍ଦ୍ଦେଶକ ଭାବେ ବିଭୀଷଣ ଚାନ୍ଦ,ସହ ନିର୍ଦ୍ଦେଶକ ହାଡ଼ି ବନ୍ଧୁ ଆଚାର୍ଯ୍ୟ ,କୁଳପତି ଅଙ୍ଗିରା ମିଶ୍ର,ସହ କୁଳ ପତି ଭାବେ ନବ କିଶୋର ଚାନ୍ଦ ,ରାମ ଚନ୍ଦ୍ର ପାଣିଗ୍ରାହୀ,ସରୋଜ କୁମାର ଦାସ,ବାଚସ୍ପତି ସଞ୍ଜୀବ କୁମାର ପଣ୍ଡା ତତ୍ ସହିତ ସଭାପତି ଭାବେ ଗରିବ ଚରଣ ମିଶ୍ର, କାର୍ଯ୍ୟକାରୀ ସଭାପତି ନୃସିଂହ ଚରଣ ହୋତା ,ଉପ ସଭାପତି ରଞ୍ଜିତ କୁମାର ହୋତା, ଜ୍ଞାନ ରଞ୍ଜନ ଯୋଶୀ, ଦଧିବାମନ ପଣ୍ଡା,ସଂପାଦକ ଭାବେ ହରି ବନ୍ଧୁ ଶତପଥୀ ,ସହ ସଂପାଦକ ଶଶାଙ୍କ ଶେଖର ମିଶ୍ର , ଚିତ୍ତ ରଞ୍ଜନ ମିଶ୍ର,ପଞ୍ଚାନନ ପୁରୋହିତ କୋଷାଧ୍ୟକ୍ଷ ଭାବେ ମାନସ ରଞ୍ଜନ ମିଶ୍ର, ମୁଖ୍ୟ ଉପଦେଷ୍ଟା ସୁଶିଲ କୁମାର ପାଣିଗ୍ରାହୀ ,ସହ ଉପଦେଷ୍ଟା ସିତାଂଶୁ ପାଢ଼ୀ, ମୁଖ୍ୟ ସଂଯୋଜକ ଶିବପ୍ରସାଦ ପାଣିଗ୍ରାହୀ, ସହ ସଂଯୋଜକ ପ୍ରଦୀପ କୁମାର ପାଢୀ ଓ ପ୍ରଭାସ କୁମାର ମହାପାତ୍ର ତଥା ଓଡ଼ିଟର ଷଷ୍ଠ କୁମାର ପୁରୋହିତଙ୍କୁ ସର୍ବ ସମ୍ମତି କ୍ରମେ ନୂତନ କାର୍ଯ୍ୟକର୍ତ୍ତା ଭାବରେ ଚୟନ କରାଯାଇଥିଲା । ଏଥି ସହ ନଗରପାଳଙ୍କ ପାଖରେ ପଣ୍ଡିତ ମାନଙ୍କ ପାଇଁ କାର୍ଯ୍ୟକାରୀ ଗୃହ ପାଇଁ ଦାବି କରାଯାଇଥିଲା । ତତ୍ ସଙ୍ଗେ ସଙ୍ଗେ ଗାଁ ଗାଁ ରେ ବିଶ୍ଵ ର ଶାନ୍ତି ପାଇଁ ଯଜ୍ଞ କରିବା ପାଇଁ ବ୍ରାହ୍ମଣ ମାନେ ଆହ୍ବାନ ଜଣାଇଥିଲେ । ଶେଷର ହାଡିବନ୍ଧୁ ଆଚାର୍ଯ୍ୟ ଧନ୍ୟବାଦ୍ ଦେଇଥିଲେ ।
Previous Post Next Post

ADS