ବୌଦ୍ଧ: ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ କରିଛନ୍ତି। ସରଣ୍ଡା ଗ୍ରାମ ଠାରେ ରାଜ୍ୟପାଳ ରଘୁବର ଦାସ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି l ସେ ସଦର ବ୍ଲକ ଅନ୍ତର୍ଗତ ମୁରୁଶୁଣ୍ଢୀ ପଂଚାୟତର ସରଣ୍ଡା ଗ୍ରାମରେ ୨ ଜଣ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ଘର ପରିଦର୍ଶନ କରି ସେମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀମାନେ ରାଜ୍ୟପାଳଙ୍କୁ ତାଙ୍କର ଅନୁଭବ ନେଇ କହିଥିଲେ । ବାଉଁଶୁଣୀ ପଂଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ। ମହିଳାମାନେ ରାଜ୍ୟପାଳଙ୍କୁ ତାଙ୍କର ସଫଳତାର କାହାଣୀ କହିଥିଲେ । ଏହି ଅବସରରେ ରାଜ୍ୟପାଳ ମହିଳାଙ୍କ ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ l ସେହିପରି ଇଚ୍ଛାପୁର ଠାରେ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ମହିଳାମାନଙ୍କ ସହ ଆଲୋଚନା କରିଥିଲେ l ବୌଦ୍ଧ ଟାଉନହଲ ଠାରେ ଚାଷୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ନେଇ ପଚାରି ବୁଝିଥିଲେ l ରାଜ୍ୟପାଳଙ୍କ ପରିଦର୍ଶନ ସମୟରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ, ଉପଜିଲାପାଳ ରବିନ୍ଦ୍ର ନାଥ କହଁର, ବୌଦ୍ଧ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଉଡ୍ଡୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହଙ୍କ ସମତେ ଅନେକ ଜିଲାସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ l