ଭୁବନେଶ୍ବର: କଟକ ଜ଼ିଲ୍ଲା ର ବାରଙ୍ଗ ବ୍ଲକ ଅଧିନସ୍ଥ ଭାଲୁଙ୍କା ଶ୍ରୀ ଟିକି ବାବା ଆଦର୍ଶ ଶିକ୍ଷା ସଂସ୍ଥାନ ପ୍ରାଙ୍ଗଣରେ ଓଡିଶା ସଅର ସମାଜ ତରଫରୁ ବିଶାଳ ଆଦିବାସୀ ସଅର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ସଅର ସମ୍ପ୍ରଦାୟ କୁ ଓଡିଶା ଆଦିବାସୀ ତାଲିକା ର କ୍ରମିକ ସଂଖ୍ୟା ୫୯ ରେ ଥିବା ଶବର, ସହରା, ସଓରା, ଆର୍ଶୀ ସଓରା,ଯଦୁ ସଓରା, ଯତି ସଓରା, ଜୁଆରି ସଓରା, ଜାରା ଶବର,ଓଡ଼ିଆ ସଓରା, ଲରିଆ ସଓରା, ଲାଞ୍ଜିଆ ସଓରା, ଲମ୍ବା ଲାଞ୍ଜିଆ ସଓରା,କମ୍ପୁ ସଓରା, କିଣ୍ଡାଲ ସଓରା,ବସେଡ ସଓରା,ଭିମା ସଓରା, ଚୁମୁରା ସଓରା, କିରାତ ସଓରା,ମଲ୍ଲ ସଓରା, ରାଇକା ସଓରା, ବେଶୁ ସଓରା,ତାଲିକାରେ ସଅର କୁ ସାମିଲ କରାଯାଇଛି l ସଅର କୁ ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିଶ କରିଥିଲେ l ରାଜ୍ୟସଭା ରେ ଆଗତ ସମ୍ବିଧାନ ଅନୁସୂଚିତ ଜନଜାତି ଆଦେଶ ସଂଶୋଧନ ବିଧେୟକ ଆଲୋଚନା ରେ ସାଂସଦ ନିରଞ୍ଜନ ବିଶି ଅଂଶଗ୍ରହଣ କରି ଓଡିଶା ଆଦିବାସୀ ତାଲିକାରେ ସଅର ସମ୍ପ୍ରଦାୟ ସହିତ ଅନ୍ୟ ୫୩ ଆଦିବାସୀ ସମ୍ପ୍ରଦାୟ କୁ ସାମିଲ ବିଧେୟକ ସପକ୍ଷରେ ଓଡିଶା ସରକାର ଙ୍କ ଆଦିବାସୀ ସଶକ୍ତିକରଣ ପଦକ୍ଷେପ କୁ ଅଭିନନ୍ଦନ ଜଣାଇ ସଂଶୋଧନ ବିଧେୟକ କୁ ବିଜେଡି ତରଫରୁ ସମର୍ଥନ କରି ଥିଲେ l ଏଥିପାଇଁ ଆଜି ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ସଭାପତି ବାଳକୃଷ୍ଣ ଶବର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ସଅର ସମାଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଥିଲେ l ସଭାରେ ଢେଙ୍କାନାଳ, ଅନୁଗୁଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା,ଖୋର୍ଦ୍ଧା, ନୟାଗଡ,ରଣପୁର, ଖଣ୍ଡପଡା,ପୁରୀ, ବାଲେଶ୍ୱର,ଜ଼ିଲ୍ଲା ରୁ ୫ ହଜାର ରୁ ଉର୍ଦ୍ଧ ଆଦିବାସୀ ଯୋଗ ଦେଇଥିଲେ l ଧନ୍ୟବାଦ ସଭା ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ଶବର ରାଜା ବିଶ୍ୱାବସୁ ଙ୍କ ଉତ୍ତରାଧିକାରୀ ଶ୍ରୀ ଟିକି ବାବା,ବନମାଳୀ ଦାଶ, ତ୍ରିଲୋଚନ ସାହୁ, ପ୍ରମୁଖ ମଞ୍ଚାସିନ ଥିଲେ l ସଅର ସମାଜ ର ନେତା ବେଲେଶ୍ୱର ପରିଡା , ରଙ୍କନିଧି ଦେହୁରୀ , ଶରତ ନାୟକ,ଅତୁଳ ନାୟକ,ବିନୋଦ ନାୟକ, ସୁବାସ ବେହେରା, ଶିବ ନାୟକ, ବିରଞ୍ଚି ନାୟକ, ପ୍ରଦୀପ ନାୟକ, ପ୍ରଫୁଲ୍ଲ ବେହେରା,ଗଣେଶ୍ୱର ପ୍ରଧାନ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଥିଲେ l ପରେ ଏକ ବିଶାଳ ଆଦିବାସୀ ଶୋଭାଯାତ୍ରା ରେ ନୃତ୍ୟ, ବାଦ୍ୟ ସହିତ ଶବର ସାହି , ମୁଣ୍ଡା ସାହି, ସିଂ ସାହି ପରିକ୍ରମା କରିଥିଲେ l