ବାଉଁଶୁଣୀ: ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତ କରଡାପଡାସ୍ଥିତ କପିଳେଶ୍ୱର ମନ୍ଦିରରେ ଚଳିତ ବର୍ଷ ମହାଶିବରାତ୍ରି ଜାଗର ଯାତ୍ରା ପାଳନ ପାଇଁ ଅଭିମନ୍ୟୁ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କପିଳେଶ୍ୱର ମନ୍ଦିର ପରିଚାଳନା କମିଟିର କରଡ଼ାପଡା, ଟାଲୁପାଲି, ପଞ୍ଚୁପାଲି, ଗୋଛାପଡା, ମଙ୍ଗଳାମୁଣ୍ଡା, କେଉଟିପାଲି, ବଲଣ୍ଡାପଡା, ଘୋଡାଖାଇ, ମାଳିସାହି, ଖମ୍ବେଶ୍ୱରୀଝୁଲି, ବିଜାପଦର, ଶିଆଳିମୁଣ୍ଡା, ଉସମିଲକା, ଲୁମୁରଜନା, ମଲ୍ଲିକପଡା, ବିଶ୍ୱାଳସାହି, ଡିଗି, ଶୁଆପାବଲି, ମୁଣ୍ଡିପଦର ଆଦି ଗ୍ରାମର ଗ୍ରାମବାସୀମାନେ ବୈଠକରେ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ । ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନବାହ ପାରାୟଣ, ଅଷ୍ଟପ୍ରହର ନାମଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାବଣ ଦରବାର ନାଟକ ପରିବେଷଣ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରିଥିଲେ।